ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ନବରାତ୍ରୀର ଅଷ୍ଟମ ଦିନ । ମହାଷ୍ଟମୀ ବୋଲି ମଧ୍ୟ କୁହାଯାଏ । ମା’ ଦୂର୍ଗାଙ୍କ ଅଷ୍ଟମ ଶକ୍ତି ହେଉଛି ମହାଗୌରୀ । ଦେବୀ ସତୀ ଯେତେବେଳେ ହିମାଳୟରେ କଠୋର ତପସ୍ୟା କରୁଥିଲେ ସେତେବେଳେ ତାଙ୍କ ଶରୀର ଧୂଳି ମାଟିରେ ମଳିନ ହୋଇପଡିଥିଲା, ସେହି ସମୟରେ ମହାପ୍ରଭୁ ଶିବ ସତୀଙ୍କୁ ଗଙ୍ଗା ଜଳରେ ସଫା କରାଇଥିଲେ । ତାପେରେ ସେ ଗୌରବର୍ଣ୍ଣ ପ୍ରାପ୍ତ ହୋଇଥିଲେ । ସେହିଦିନ ଠାରୁ ମହାଗୌରୀ ନାମରେ ମା’ ପ୍ରସିଦ୍ଧ ।
ମହାଗୌରୀଙ୍କ ଏହି ସ୍ୱରୂପ ସମସ୍ତ ଗୌର ରଙ୍ଗର ବସ୍ତ୍ର ଏବଂ ଅଳଙ୍କାର ମାନ ଧାରଣ କରିଥାନ୍ତି । ମା’ଙ୍କର ଚାରୋଟି ଭୂଜ ରହିଛି । ମା’ ବୃଷଭ ଉପରେ ବସି ହସ୍ତରେ ଅଭୟ ମୁଦ୍ରା , ତ୍ରୀଶୁଳ, ଡମ୍ବରୁ ଏବଂ ବର ମୁଦ୍ରା ଧରି ଧରା ପୃଷ୍ଠରେ ବିରାଜମାନ କରିଥାନ୍ତି ।
ମହାଗୌରୀଙ୍କ ପ୍ରିୟ ହେଉଛି ଚମେଲି ଫୁଲ ଏବଂ କେଶର । ସେଥିପାଇଁ ମାଙ୍କୁ ପୂଜା କରିବା ବେଳେ ଏହି ଦୁଇଟି ଫୁଲ ଲଗାଇବା ସହ ମିଠା ଭୋଗ ଲଗାନ୍ତୁ । ମା’ଙ୍କ ଏହି ରୂପକୁ ପୂଜା କରିବା ଦ୍ୱାରା ଭକ୍ତି ଏବଂ ଶକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି ।