ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏବେ ସମସ୍ତ ଦେବୀ ପୀଠରେ ମା ଙ୍କ ନବରାତ୍ରୀ ପୂଜା । ଏହି ଅବସରରେ ସକାଳୁ ବିଭିନ୍ନ ଦେବୀ ପୀଠ ମାନଙ୍କରେ ଭକ୍ତଙ୍କ ଗହଳି ଆରମ୍ଭ ହୋଇ ଯାଇଛି । ଆସନ୍ତା ଅକ୍ଟୋବର ୭ ତାରିଖ ପର୍ୟ୍ୟନ୍ତ ନବରାତ୍ରୀ ପୂଜା ଅନୁଷ୍ଠିତ ହେବ ।
ଆଜି ହେଉଛି ନବରାତ୍ରୀର ପଞ୍ଚମ ଦିନ । ସ୍କନ୍ଦମାତା ରୂପରେ ପୂଜା ପାଉଛନ୍ତି ମା’ ଦୁର୍ଗା । ମା’ଙ୍କ ଏହି ସ୍ୱରୂପକୁ ଦର୍ଶନ କରିବା ଲାଗି ବିଭିନ୍ନ ଦେବୀ ମନ୍ଦିରରେ ଭକ୍ତଙ୍କ ଭିଡ ଜମିଛି ।ସ୍କନ୍ଦମାତାଙ୍କ ଚାରୋଟି ଭୁଜ ରହିଛି । ମା’ଙ୍କ କୋଳରେ ବିରାଜମାନ କରିଛନ୍ତି କୁମାର କାର୍ତ୍ତିକେୟ । ଏହାସହିତ ମା’ଙ୍କୁ ମୋକ୍ଷ ଦ୍ୱାର ଖୋଲିଥିବା ମାତା ବୋଲି ମଧ୍ୟ କୁହାଯାଏ । ଯେଉଁ ଭକ୍ତ ସ୍କନ୍ଦମାତାଙ୍କ ପୂଜା କରିଥାନ୍ତି ମା’ ତାଙ୍କ ସମସ୍ତ ମନସ୍କାମନା ପୂରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି ।