ନୂଆପଡା ( ଏଟିଆର ବ୍ୟୁରୋ); ଆଗାମୀ ନିର୍ବାଚନରେ ବିଜୟ ହେବା ପାଇଁ ନବୀନ ଏବେ ମହିଳାଙ୍କୁ ଟାର୍ଗେଟ କରିଛନ୍ତି । ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ ଦେଇ ଚର୍ଚ୍ଚାରେ ଥିବା ନବୀନ ବର୍ତ୍ତମାନ ନିର୍ବାଚନୀ ପ୍ରଚାରରେ ନୂଆପଡାରେ ମହିଳାଙ୍କୁ ଫୋକସ କରି ମାରିଛନ୍ତି ମାଷ୍ଟରଷ୍ଟ୍ରୋକ । ନବୀନ ନୂଆ ପଡାରେ ଉଦ୍ବୋଧନ ଦେଇ କହିଛନ୍ତି ମା ମାନେ ହେଉଛନ୍ତି ବିକାଶର ପ୍ରକୃତ ଡବଲ ଇଂଜିନ । ଯାହା ପାଇଁ ବିଜେଡି ଇସ୍ତାହାରରେ ମହିଳାଙ୍କୁ ଦିଆଯାଇଛି ଗୁରୁତ୍ୱ ।
ସେହିପରି ଦଳର ସଫଳତାକୁ ବଖାଣୀ ନବୀନ କହିଲେ ମିଶନ ଶକ୍ତିରେ ମା ମାନଙ୍କୁ ୫ ହଜାର କୋଟି ଟଙ୍କାର ସରକାରୀ କାମ ଦିଆଯାଇଛି । ବିଜେଡି ସରକାର ପୁଣି ଥରେ ସରକାରକୁ ଆସିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କୁ ମିଳୁଥିବା ୭ ଲକ୍ଷ କୋଟିକୁ ୧୦ ଲକ୍ଷ କୋଟିକୁ ବୃଦ୍ଧି କରାଯିବ । ଗରିବ ଝିଅ ମାନଙ୍କର ବିବାହ ପାଇଁ ୨୫ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ଦେବାକୁ ଘୋଷଣା କରିଛନ୍ତି । ଏଥି ସହିତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କାର ଋଣ ଦେବାକୁ ପ୍ରତିଶୃତି ଦେଇଛନ୍ତି । ଝିଅ ମାନେ କେଜିରୁ ଇଞ୍ଜିନିୟର ଏବଂ ଡାକ୍ତରୀ ପାଠପଢା ସବୁ କିଛି ମାଗଣାରେ ପଢିବେ ବୋଲି ନବୀନ କହିଛନ୍ତି । ରାଜ୍ୟରେ ମହିଳା ଭୋଟକୁ ହାତେଇବା ପାଇଁ ମହିଳା କାର୍ଡ ଖେଳିଛନ୍ତି ।
ରାଜ୍ୟରେ ମହିଳାଙ୍କ ମତକୁ ନିଜ ସପକ୍ଷରେ ନେବାକୁ ନବୀନ ଏମିତି ପ୍ରୟାସ କରିଛି । ଏହା ସହିତ ବିରୋଧୀଙ୍କୁ ବି ଛାଡି ନାହାନ୍ତି ସେ । ନିର୍ବାଚନ ଆସିଲେ କେନ୍ଦ୍ରର ନୂଆପଡା ଉପରେ ନଜର ପଡେ । ବାକି ସମୟ ସେମାନେ ଯାଆନ୍ତି କୁଆଡେବୋଲି ନବୀନ ପ୍ରଶ୍ନ କରିଛନ୍ତି । ଭବାନୀପାଟଣା ରେଳ ୱାଗେନ କାରଖାନା କଆଡେ ଗଲା? କେବିକେ ଯୋଜନା କାହିଁକି ବନ୍ଦ ହେଲା? ଏସି ଓ ଏସଟି ପିଲାଙ୍କ ବୃତ୍ତି କାହିଁକି ବନ୍ଦ କରାଗଲା ? ଏମିତି ଅନେକ ପ୍ରଶ୍ନ କେନ୍ଦ୍ରକୁ ପଚାରିଛନ୍ତି ନବୀନ । ଶେଷ ନିଶ୍ୱାସ ପର୍ଯ୍ୟନ୍ତ ତାଙ୍କ ପରିବାର ୪ କୋଟି ଓଡିଶା ବାସୀଙ୍କ ସେବା କରିବ ବୋଲି କହିଛନ୍ତି । ଖାଲି ବିଜେଡି ନୁହେଁ ଦୁଇ ବିରୋଧୀ ଦଳ ବି ନିଜନିଜ ଇସ୍ତାହାରରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଘୋଷଣା କରିଛନ୍ତି । ଏମିତି କି ବିଜେପି ଦୁଷ୍କର୍ମ କାରୀଙ୍କୁ ଫାସୀ ଦବା ଆଇନ ଆଣିବ ବୋଲି ଇସ୍ତାହାରରେ କହିଛି ।