କେନ୍ଦ୍ରାପଡା ( ଏଟିଆର ବ୍ୟୁରୋ): ଆଗାମୀ ୨୯ ତାରିଖରେ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ କେନ୍ଦ୍ରାପଡା ମୁହାଁ ଏବେ ସବୁ ଦଳର ହେବିୱେଟ ନେତା । କେନ୍ଦ୍ରାପଡାକୁ ନିଜ ଅଧୀନକୁ ନେବା ପାଇଁ ସମସ୍ତେ ଚଳାଇଛନ୍ତି ଗୋଟି । ଏହି ଅବସରରେ କେନ୍ଦ୍ରାପେଡାରେ ଦଳକୁ ଅଧିକ ମଜବୁତ କରିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି କେନ୍ଦ୍ରପଡା ଗସ୍ତ କରୁଛନ୍ତି । ଗତ ୨୩ ତାରିଖରେ ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର କରି ଯାଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡା ଗସ୍ତ କରୁଛନ୍ତି ।ଯହାକୁ ନେଇ ବିଜେଡି କର୍ମୀ ଓ ପ୍ରାର୍ଥୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।
ଆଜି ମୁଖ୍ୟମନ୍ତ୍ରୀ ଦିନ ୧୧ ଟାରେ ମହାକାଳ ଗଡାରେ ପହଞ୍ଚି ସେଠି ମହାକାଳପଡା, ମାର୍ଶାଘାଇ ଦେଇ ପାଟକୁରାରେ ରୋଡ କରିବାର କାର୍ଯ୍ୟକ୍ରମ ରହିଛି । ପରେ ସେଠାରୁ ଆସି ବଳଦେବଜୀଉଙ୍କ ପାଖରେ ମହାପ୍ରଭୁଙ୍କ ଦର୍ଶନ କରି କେନ୍ଦ୍ରାପଡା ଟାଉନରେ ରୋଡ ସୋ କରିବେ । ସେହିଭଳି ଆଜି ନବୀନ ମଧ୍ୟ ଜଗତସିଂହପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।ସେଠାରେ ବାଲିକୁଦା ଏରସମା ବିଧାନସଭା କ୍ଷେତ୍ରରେ ପ୍ରଚାର କରିବେ । ସେଠାରେ ସେ ବରିଷ୍ଠ ନେତା ଦାମ ରାଉତଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଥିବା ବିଜେଡି ପ୍ରାର୍ଥୀ ଓ ଲୋକସଭା ପ୍ରାର୍ଥୀନି ରାଜଶ୍ରୀ ମଲ୍ଲିକଙ୍କ ପାଇଁ ପ୍ରଚାର କରିବେ ।