ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଏବେ ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇକେ ପଲାନିସ୍ୱାମୀଙ୍କ ସହିତ କଥା ହୋଇଛନ୍ତି । ଭିଡିଓ କନଫରେନ୍ସି ଜରିଆରେ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ର୍ରଧାନ ମଧ୍ୟ ଆଲୋଚନା କରିଥିଲେ । ସେଠାରେ ଫସି ରହିଥିବା ଓଡିଆ କିଭଳି ସୁବିଧାରେ ଓଡିଶା ଫେରିବେ ସେନେଇ ତାମିଲନାଡୁ ସରକାର ସଯୋଗ କରିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ ।
ଏହି ଅବସରରେ ତାମିଲାନାଡୁ ସରକାର ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ପ୍ର୍ରତିଶୃତି ଦେଇଛନ୍ତି । ସୂଚନାଯୋଗ୍ୟ ଏଯାବତ ରାଜ୍ୟ ବାହାରେ ଫସି ରହିଥିବା ଓଡିଆଙ୍କୁ ଫେରାଇ ଆଣିବା ପାଇଁ ସରକାରଙ୍କ ପକ୍ଷରୁ କୌଣସି ପରିବହନ ବ୍ୟବସ୍ଥା କରାଯାଇ ନାହିଁ ।