ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ଫନିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଭାବିତ ହେବାକୁ ଥିବା ୭ ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ଭିଡିଓ କନଫରେନଓ ଜରିଆରେ କଥା ହୋଇଛନ୍ତି । ବାତ୍ୟା ପଡ଼ିକୁ କିଭଳି ମୁକାବିଲା କରାଯାଇ ପାରିବଜ ସେ ନେଇ ଆଲୋଚନା କରିବା ସହିତ କିଭଳି ପ୍ରଭାବିତ ହୋବାକୁ ଥିବା ଜନବସତିରୁ ଲୋକ ମାନଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯିବ ସେ ବିଷୟରେ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ଗଜପତି ଓ ଗଞ୍ଜାମର ଜିଲ୍ଲାପାଳଙ୍କ ସହିତ କଥା ହୋଇଛନ୍ତି ।
ତେବେ ସୂଚନା ଅନୁସାରେ ବର୍ତ୍ତମାନ ପୁରୀ ଠାରୁ ୩୬୦ କିମି ଦୂରରେ ଫନି ରହିଥିବା ସୂଚନା ମିଳିଛି । ତେବେ ଏହା ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଉପକୂଳକୁ ମାଡି ଆସୁଛି । ତେବେ ଏହା ଆସନ୍ତା କାଲି ୧୦ ଟାରୁ ୧୨ ଟା ମଧ୍ୟରେ ସ୍ଥଳଭାଗ ଛୁଇଁବା ଆଶଙ୍କା କରାଯାଉଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନିକ ଅଧିକାରୀଙ୍କ ସହିତ ପରିସ୍ଥିତିର ସମୀକ୍ଷା କରିଛନ୍ତି । ଲୋକମାନଙ୍କୁ ଭୟବୀତ ନ ହୋଇ ବାତ୍ୟାକୁ ମୁକାବିଲା କରିବା ପାଇଁ ସରକାରଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି ।
ସମୁଦ୍ର କୂଳରେ ରେଡ ଆଲର୍ଟ ଜାରି କରାଯାଇଛି । ତେବେ ପାଣିପାଗ ବିଭାଗ ଅନୁମାନ କରିଛି ଫନି ପୁରୀରୁୂ ଚିଲିକା ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବା ଆଶଙ୍କା କରାଯାଉଛି । ବାତ୍ୟା ଛାଡିବା ପରେ କିଭଳି ଏହାର କଡା ମୁକାବିଲା କରାଯିବ ସେ ନେଇ ମୁଖ୍ୟମନ୍ତ୍ରୀ ସରଚିବାଳୟରେ ଏକ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି । ଫନି ଲ୍ୟାଣ୍ଡ ଫଲ କଲା ବେଳେ ସମୁଦ୍ରରେ ଜୁଆର ଉଠିବା ଆଶଙ୍କା ରହିଛି ।