ଭୁବନେଶ୍ୱର (ଏଟିଆର ବ୍ୟୁରୋ): କୋଭିଡ କଟକଣା ଭିତରେ ଚଳିତବର୍ଷ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗତକାଲି ମହାପ୍ରଭୁ ଶ୍ରୀମନ୍ଦିରକୁ ନୀଳାଦ୍ରି ବିଜେ କରିଛନ୍ତି । ଶ୍ରୀଗୁଣ୍ଡିଚା ଯାତ୍ରାଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ରୀତି ନୀତି ଶାନ୍ତି ଶୃଙ୍ଖାଳର ସହ ଅନୁଷ୍ଠିତ ହୋଇଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କୁ ସାଙ୍ଗରେ ଘେନି ଶ୍ରୀମନ୍ଦିରକୁ ଫେରିଛନ୍ତି। ରଥଯାତ୍ରାରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ପ୍ରତିଟି ଆୟୋଜନକୁ ଶୃଙ୍ଖଳିତ ଏବଂ ସୁବ୍ୟବସ୍ଥିତ କରିଥିବାରୁ ସେବାୟତ ବନ୍ଧୁ, ପ୍ରଶାସନ ଏବଂ ପୂର୍ଣ୍ଣ ସହଯୋଗ ପାଇଁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଉଛି। ସର୍ବୋପରି ସବୁ ସେଇ ଲୀଳାମୟଙ୍କ ଇଚ୍ଛା। ଜୟ ଜଗନ୍ନାଥ। 🙏
— Naveen Patnaik (@Naveen_Odisha) July 5, 2020
ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି କି, ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କୁ ସାଙ୍ଗରେ ଘେନି ଶ୍ରୀମନ୍ଦିରକୁ ଫେରିଛନ୍ତି । ରଥଯାତ୍ରାୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ପ୍ରତିଟି ଆୟୋଜନକୁ ଶୃଙ୍ଖଳିତ ଏବଂ ସୁବ୍ୟବସ୍ଥିତ କରିଥିବାରୁ ସେବାୟତ ବନ୍ଧୁ, ପ୍ରଶାସନ ଏବଂ ପୂର୍ଣ୍ଣ ସହଯୋଗ ପାଇଁ ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଉଛି । ସର୍ବୋପରି ସବୁ ସେଇ ଲୀଳାମୟଙ୍କ ଇଚ୍ଛା । ଜୟ ଜଗନ୍ନାଥ ।