ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରନେସିଙ୍ଗ ଜରିଆରେ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣା ହୋଇ ଯାଇଛି । ସେଥିପାଇଁ ଡରିବାର କୌଣସି ଆବଶ୍ୟକ ନାହିଁ । ସେଥିପାଇଁ ସତର୍କ ରହିବା ଏବଂ ଯତ୍ନବାନ ହେବା । ବାହାର ରାଜ୍ୟରେ ଫସିରହିଥିବା ଲୋକଙ୍କ ପାଇଁ ପଞ୍ଜିକରଣ ପ୍ରକ୍ରିୟା ଓଡିଶା ପ୍ରଥମ ଥର ଆରମ୍ଭ କରିଛି । ଆମେ ସମସ୍ତ ପ୍ରବାସୀ ଓଡିଆକୁ ଫେରାଇ ଆଣିବୁ । ବାହାରୁ ଆସିଥିବା ଲୋକଙ୍କୁ ସହଯୋଗ କରିବା । କାରଣ ବାହାର ରାଜ୍ୟରୁ ଲୋକେ ଆସିଲା ମାତ୍ରେ ଆକ୍ରାନ୍ତ ସଂଖ୍ୟା ବଢିବାର ସମ୍ଭାବନା ରହିଛି । ବର୍ତ୍ତମାନ ଡରିବାର କୌଣସି ଆବଶ୍ୟକ ନାହିଁ । ସେଥିପାଇଁ ଆମେ ସମସ୍ତେ ସତର୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।
ତେଣୁ ଆମେ ସାମଧାନ ରହିବା । ଧୈର୍ଯ୍ୟ ରଖିବା । ବାହାରୁ ଫେରିଥିବା ଲୋକଙ୍କର ପଞ୍ଜିକରଣ କରିବା । ସେମାନଙ୍କୁ ସଙ୍ଗରୋଧରେ ରଖିବାରେ ସହଯୋଗ କରିବା । ଏହାଦ୍ୱାରା ସେମାନେ ସୁସ୍ଥ ରହିବେ ଏବଂ ଆମ ପରିବାର ସୁସ୍ଥ ରହିବେ ।
ଅନ୍ୟ ରାଜ୍ୟ ଅପେକ୍ଷା ଓଡିଶାର ସ୍ଥିତି ଭଲ ରହିଛି । ଆପଣ ମାନଙ୍କ ସହଯୋଗ ମିଳିଲେ ଆମେ ପରିସ୍ଥିତିକୁ ଭଲ ଭାବେ ନିୟମନ୍ତ୍ରଣ କରି ପାରିବୁ ।