ଭୁବନେଶ୍ୱର (ଏଟିଆର ବ୍ୟୁରୋ): ‘ଓଡିଶା ମୋ ପରିବାର’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ପକ୍ଷରୁ ନବୀନ ନିବାସରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ନବୀନ ନିବାସରେ ବସିଥିବା ବୈଠକର ଏହି କାର୍ଯ୍ୟକ୍ରମର ବିଧିବଦ୍ଧ ଘୋଷଣା କରାଯାଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ପରିବେଶ ସୁରକ୍ଷା, ସ୍ୱାସ୍ଥ୍ୟ ଓ ପ୍ରବାସୀ ଓଡିଆଙ୍କୁ ସହାୟତା କରିବା । ମୋ ପରିବାର ୩ଟି ବିଭାଗ ଉପରେ କାର୍ଯ୍ୟ କରିବ ବୋଲି ଉକ୍ତ ବୈଠକର ଆବାହକ ଅରୂପ ପଟ୍ଟନାୟକ କହିଛନ୍ତି ।
ସୂଚନାନୁଯାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ‘ଓଡିଶା ମୋ ପରିବାର’ର ବୈଠକର ଆଜି ପ୍ରଥମ ଆନୁଷ୍ଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୋ ପରିବାର ଯେଉଁ ୩ଟି ଦିଗରେ କାର୍ଯ୍ୟ କରିବ ସେହିସବୁ ଦିଗ ପାଇଁ ଖସଡା ପ୍ରସ୍ତୁତ କରାଯାଇଛି । ସାଂସଦ ପିନାକୀ ମିଶ୍ରଙ୍କୁ ପରିବେଶ ସୁରକ୍ଷା ଦାୟିତ୍ୱ ଦିଆଯାଇଛି । ଅନ୍ୟପଟେ ଦେଶରେ ମହାରାଷ୍ଟ୍ର ଓ ଓଡିଶାରେ ସମ୍ପୂର୍ଣ୍ଣ ଭାବେ ପ୍ଲାଷ୍ଟିକ ମୁକ୍ତ ହୋଇଛି । ରାଜ୍ୟକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି ଯାହାଫଳରେ ଓଡିଶା ପ୍ରଥମ ସ୍ଥାନରେ ରହିଛି । ତେଣୁ ସାଂସଦ ପିନାକୀ ମିଶ୍ରଙ୍କୁ ପରିବେଶ ସୁରକ୍ଷା ଅଧିନରେ ଓଡିଶାକୁ ପ୍ଲାଷ୍ଟିକ ମୁକ୍ତ କରିବା ସହ ଗଛ ଲଗାଯିବା ପାଇଁ କାର୍ଯ୍ୟ କରାଯିବ ।
ସେହିପରି ବିଧାୟକ ଅତନୁ ସବ୍ୟସାଚୀ ନାୟକ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱ ବୁଝିବେ । ଜୀବନ ବିନ୍ଦୁ ସହ ମିଶି ରକ୍ତଦାନ ଉପରେ ବିଧାୟକ ଅତନୁ ସବ୍ୟସାଚୀ ନାୟକ କାମ କରିବେ । ସାଂସଦ ଚନ୍ଦ୍ରଶେଖା ସାହୁ ପ୍ରବାସୀ ଓଡିଆ ଦାୟିତ୍ୱ ବୁଝିବେ । ଏହି କାର୍ଯ୍ୟକ୍ରମ ଏକ ଅଣରାଜନୈତିକ କାର୍ଯ୍ୟକ୍ରମ ବୋଲି ଆବାହକ ଅରୁପ ପଟ୍ଟନାୟକ କହିଛନ୍ତି । ଏକ ଲକ୍ଷରୁ ଅଧିକ ‘ଓଡିଶା ମୋ ପରିବାର’ କାର୍ଯ୍ୟକ୍ରମ ସଦସ୍ୟ ଅଛନ୍ତି ।