ଜଗତସିଂପୁର ( ଏଟିଆର ବ୍ୟୁରୋ) : ଆଗାମୀ ୨୯ ତାରିଖରେ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଜନମତକୁ ନିଜ ସପକ୍ଷରେ ନେବାକୁ ନବୀନ କରୁଛନ୍ତି ମାରାଥନ ପ୍ରଚାର । ଏହି ଅବସରରେ ଆଜି ଜଗତସିଂହପୁର ବାଲିକୁଦା- ଏରସମା ବିଧାନସଭା କ୍ଷେତ୍ରରେ ପ୍ରଚାର କରିଛନ୍ତି ନବୀନ । ବାଲିକୁଦା ଏରସମାରେ ନିର୍ବାଚନୀ ସଭାରେ ଯୋଗଦେଇ ନବୀନ ୧୯୯୯ ମହାବାତ୍ୟା କଥା ମନେପକାଇ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି ନବୀନ । ସେ କହିଛନ୍ତି ସେ ଯେବେ ବି ଓଡିଶା ଆସନ୍ତି ତାଙ୍କର ସେସେବେଳେ ସେହି ୧୯୯୯ ମହାବାତ୍ୟା କଥା ମନେପଡେ । ଯୋଉ ମହାବାତ୍ୟାରେ ରାଜ୍ୟର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ଏହି ଅଞ୍ଚଳ । ବାତ୍ୟାର ସବୁକିଛି ଛାରଖାର ହୋଇଯାଇଥିଲା ।
ଓଡିଶାରେ ଯେତେବଳେ ମହାବାତ୍ୟା ଭଳି ବିପର୍ଯ୍ୟୟ ଆସେ ସେତେବେଳେ କେନ୍ଦ୍ର ଅବହେଳା କରେ କହି ପୁଣି କେନ୍ଦ୍ର ଉପରେ ବର୍ଷିଛନ୍ତି ନବୀନ । ସେହିଭଳି ଏଠାରେ ମଧ୍ୟ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ କାଳିଆ ଯୋଜନାର ସଫଳତା କଥା ବଖାଣିଛନ୍ତିି ଚାଳିଆ ଯୋଜନାରେ କିଭଳି ଚାଷୀ ମାନେ ଉପକୃତ ହେଉଛନ୍ତି ସେ କଥା କହିଛନ୍ତି ସେ । ଏବଂ ସେ ଥିବା ଯାଏ ଲୋକ କାଳିଆ ଟଙ୍କା ପାଇବେ ବୋଲି ଭରଷା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ସେ ଭୋଟରଙ୍କୁ ଦଳୀୟ ଲୋକସଭା ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ଓ ବିଧାୟକ ପ୍ରାର୍ଥୀ ରଘୁନନ୍ଦନ ଦାସଙ୍କୁ ବହୁମାତ୍ରାରେ ଭୋଟ ଦେବାକୁ କହିଛନ୍ତି । ଗତକାଲି ନବୀନ ଜଗତସିଂହପୁର ତିର୍ତ୍ତୋଲ ନିର୍ବାଚନ ମଣ୍ଡଳି ଗସ୍ତ କରି ବିଷ୍ଣୁ ଦାସଙ୍କ ପାଇଁ ପ୍ରଚାର କରିଥିଲେ । ମୁଖ୍ୟମନ୍ତ୍ରୀ ଆଜି କେନ୍ଦ୍ରାପଡାରେ ରୋଡ ସୋ କରିବେ ।