ନବୀନ ନିବାସକୁ ନେଇ ବୈଜୟନ୍ତଙ୍କ ବୟାନ
ଭୁବନେଶ୍ୱର ( ଏଟିଆର ବ୍ୟୁରୋ) : ନବୀନ ନିବାସକୁ ନେଇ ବୈଜନ୍ତ ଦେଇଛନ୍ତି ଏକ ବୟାନ । ଏକ ପ୍ରମୁଖ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ ବୈଜୟନ୍ତ କହିଛନ୍ତି ୧୯୭୯ ରେ ମସିହାରେ ବିଜୁବାବୁଙ୍କ ଅନୁରୋଧ କ୍ରମେ ମୋ ପିତା ତାଙ୍କର ଏକ ଲୋନକୁ ନିଜ ମୁଣ୍ଡକୁ ନେଇଥିଲେ । ତାଙ୍କର ପର୍ସନାଲ ଗ୍ୟାରେଣ୍ଟର ହୋଇଥିଲେ । କାରଣ ତାଙ୍କର ସେତେବେଳେ କଳିଙ୍ଗ ଟ୍ୟୁବ୍ସ ବନ୍ଦ ହୋଇଯାଇଥିଲା । ତାଙ୍କ ଭୁବନେଶ୍ୱର ନବୀନ ନିବାସ ଓ େଓøରଙ୍ଗବେଜ ଘର ନିଲାମ ହେବାକୁ ଯାଉଥିଲା । ଏକ ସାକ୍ଷାତ କାରରେ ଏମିତି କହିଛନ୍ତି ବୈଜୟନ୍ତ ।
ସେ ଆହୁରି ମଧ୍ୟ କହିଛନ୍ତି ସେ ଏମିତି ଲୋକଙ୍କ ବିୟୋଗରେ ନବୀନ ଫୁଲଟିଏ ମଧ୍ୟ ଦେଇ ପାରିଲେ ନାହିଁ ଏମିତି କହି ବୈଜୟନ୍ତ ନବୀନଙ୍କୁ ସମାଲୋଚନା କରିଛନ୍ତି । ଆହୁରୀ ମଧ୍ୟ ନବୀନ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଉଠିଥିବା ଗୁଜବକୁ ଏଡାଇବା ସହିତ ସେ ଦୀର୍ଘାୟୁ ହୁଅନ୍ତୁ ବୋଲି ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ବୈଜୟନ୍ତ ପଣ୍ଡା ଏବେ କେନ୍ଦ୍ରାପଡା ଲୋକସଭା ଆସନରୁ ବିଜେପିର ପ୍ରାର୍ଥୀ ହୋଇଛନ୍ତି । ତାଙ୍କ ବିପକ୍ଷରେ ଉକ୍ତ ଆନରୁ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ଅଭିନେତାରୁ ରାଜନେତା ହୋଇଥିବା ଅନୁଭବ ମହାନ୍ତି । କେନ୍ଦ୍ରାପଡାରେ ଏବେ ସବୁଠୁ ଗୋଟେ ବଡ ଚର୍ଚ୍ଚା ହେଉଛି ସ୍ୱାଭିମାନୀ ଓ ବେଇମାନର ଲଢେଇ । ଯାହାକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ପରସ୍ପରକୁ ଦୋଷ ଦେଉଛନ୍ତି ।