ଭୁବନେଶ୍ୱର( ଏଟିଆର ବ୍ୟୁରୋ): ଏଥର ନୂଆ ବର୍ଷରେ ନବୀନ ନିବାସ ନ ଆସିବାକୁ ସମର୍ଥକଙ୍କୁ କହିଲେ ନବୀନ । ବିଷିଷ୍ଟ ସମ୍ପାଦକ ତଥା ଭିଣୋଇ ସନ୍ନି ମେହେଟ୍ଟାଙ୍କ ପରଲୋକ ଯୋଗୁ ନବୀନ ଏଥର ନୂଆବର୍ଷ ପାଳନ କରିବେ ନାହିଁ । ବ୍ୟକ୍ତିଗତ ଶୋକ ପାଳନ କରୁଛନ୍ତି ନବୀନ । ତେଣୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇବା ପାଇଁ ନବୀନ ନିବାସ ନ ଆସିବାକୁ ସେ ଶୁଭେଚ୍ଛୁଙ୍କୁ ଅନୁରୋଧ କରିଛନ୍ତି ।
ଏନେଇ ନବୀନ ଟ୍ୱିଟ ମଧ୍ୟ କରିଛନ୍ତି । ସେ ଟ୍ୱିଟରେ ଉଲ୍ଲେଖ କରିଛନ୍ତି “ ମୋ ଭିଣୋଇ ସନ୍ନି ମେହେଟ୍ଟାଙ୍କ ପରଲୋକ ଯୋଗୁ ମୁଁ ଗଭୀର ମର୍ମାହତ । ଭିଣୋଇଙ୍କ ଆତ୍ମାର ସଦଗତି ପାଇଁ ସେ ଗଭୀର ଶୋକ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ସନ୍ନି ମେହେଟ୍ଟା ହେଉଛନ୍ତି ଆନ୍ତର୍ଜାତୀୟ ସ୍ତରରେ ଜଣେ ବିଶିଷ୍ଟ ପ୍ରକାଶକ । ସେ ଏନଅଫ ଡବଲଡେର ଅଧ୍ୟକ୍ଷ ରହିଥିଲେ । ନବୀନଙ୍କ ବଡ ଭଉଣୀ ଗୀତା ମେହେଟ୍ଟାଙ୍କୁ ସେ ବିବାହ କରିଥିଲେ । ଶ୍ରୀ ମେହଟ୍ଟାଙ୍କର ୭୭ ବର୍ଷରେ ପରଲୋକ ହୋଇଛି ।