ନୟାଗଡ (ଏଟିଆର ବ୍ୟୁରୋ) ; ସ୍ୱାମୀର ଟାଙ୍ଗିଆ ଚୋଟରେ ଗଲା ସ୍ତ୍ରୀର ଜୀବନ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ ଜିଲ୍ଳା ଗଣିଆ ବ୍ଳକ ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ଗାଁରେ । ମୃତ ମହିଳା ଜଣକ ହେଲେ ସଖୀ । ପାରିବାରିକ କଳହକୁ ନେଇ ଏପରି ଘଟିଥିବା ଜଣା ପଡିଛି । ଗଣିଆ ଥାନାରେ ଏଘଟଣା ସମ୍ପର୍କରେ ସଖୀଙ୍କ ଭିଣୋଇ ରବିନ୍ଦ୍ର ସାହୁ ଏତଲା ଦେବା ପରେ ପୋଲିସ ମୃତଦେହକୁ ଜବତ କରିଛି ।
ପୋଲିସ ରିପୋର୍ଟ ଅନୁଯାୟୀ ୧୦ ବର୍ଷ ପୂବେ ସଖୀ ଜଗନ୍ନାଥ ପ୍ରସାଦ ଗାଁର ସୂର୍ଯ୍ୟମଣିଙ୍କୁ ବିବାହ କରିଥିଲେ । ବିବାହ ପରଠାରୁ ଉଭୟଙ୍କ ମଧ୍ୟରେ ଝଗଡା ଲାଗି ରହୁଥିବା କହିଛନ୍ତି ପଡୋଶୀ । ସୂଯ୍ୟ ତାଙ୍କ ପିଉସୀଙ୍କ ପ୍ରରୋଚନାରେ ସବୁବେଳେ ସଖୀଙ୍କୁ ଗାଳି କରୁଥିଲେ । ତେବେ ଏଥିରେ ପ୍ରତିବାଦ କଲେ ମାଡ ମାରୁଥିବା ଅଭିଯୋଗ ଆସିଛି । ତେବେ ଶନିବାର ସକାଳ ୭ଟା ସମୟରେ ଦୁଇ ଜଣଙ୍କ ମଧ୍ୟରେ ଝଗଡା ହୋଇଥିଲା ।
ପାଟିତୁଣ୍ଡ ହେବା ପରେ ସୂର୍ଯ୍ୟଙ୍କ ମୁଣ୍ଡକୁ ପିତ ଚଢ଼ି ଯାଇଥିଲା । ଶେଷରେ ରାଗକୁ ନିୟନ୍ତ୍ରଣ କରି ନପାରି ଘର କବାଟ କଣରେ ଥିବା ଏକ ଟାଙ୍ଗିଆରେ ସଖୀଙ୍କୁ ହାଣି ପକାଇଥିଲା । ଫଳରେ ସ୍ୱାମୀର ଟାଙ୍ଗିଆ ଚୋଟରେ ଘଟଣାସ୍ଥଳରେ ସଖୀଙ୍କ ମୃତ୍ୟୁ ହୋଇଥିଲା । ଏହି ଖବର ପାଇବା ପରେ ସଖୀଙ୍କ ଭିଣୋଇ ଥାନାରେ ଏତଲା ଦେଇଥିଲେ । ଏହି ଏତଲା ଆଧାରରେ ସୂର୍ଯ୍ୟଙ୍କ ନାଁରେ ଏକ ମାମଲା ରୁଜୁ କରିବା ସହ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠେଇ ଦେଇଛି ।