ଭୂବନେଶ୍ୱର(ଏଟିଆର ବ୍ୟୁରୋ):ଆସନ୍ତା ଜାନୁଆରୀ ୧୧ ତାରିଖରେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଖୋଲିବାକୁ ଯାଉଛି । ଏଥି ପାଇଁ ବିଦ୍ୟାଳୟମାନଙ୍କରେ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଛାତ୍ରଛାତୀମାନେ ସୁରକ୍ଷିତ ରହିବା ପାଇଁ କ୍ଲାସରୁମ ଓ ବିଶ୍ୱବିଦ୍ୟାଳୟକୁ ବିଶୋଧନ କରାଯାଇଛି ।
ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ସବିତା ଆଚାର୍ଯ୍ୟ ବୈଠକରେ କହିଛନ୍ତି ହଷ୍ଟେଲରେ ରହିବା ପାଇଁ ହେଲେ ୩ ଦିନ ମଧ୍ୟରେ କରିଥିବା କୋଭିଡ ରିପୋର୍ଟ ନେଗେଟିଭ ଦେଖାଇଲେ ହଷ୍ଟେଲରେ ରହିବା ପାଇଁ ଅନୁମତି ଦିଆଯିବ ।ଯଦି କାହା ପାଖରେ ରିପୋର୍ଟ ନଥିବ ତେବେ ସେମାନଙ୍କ ପାଇଁ କ୍ୟାମ୍ପସରେ ଥିବା ମାଗଣା କୋଭିଡ ଟେଷ୍ଟ ପରୀକ୍ଷା କରାଯାଇ ଭିତରକୁ ଛଡାଯିବ ।
ହଷ୍ଟେଲରେ କେବଳ ପିଜି ଓ ଏମ.ଫିଲ୍ ଛାତ୍ରଛାତ୍ରୀମାନଙ୍କୁ ରହିବା ପାଇଁ ଅନୁମତି ଦିଆଯିବ ।ଯଦି କୈାଣସି ପିଲାଙ୍କ ମଧ୍ୟରେ କରୋନାର ଲକ୍ଷଣ ଦେଖାଯିବ ତେବେ ସଙ୍ଗେସଙ୍ଗେ ପଦକ୍ଷେପ ନିଆଯିବ ।ଏହି ଗାଇଡ ଲାଇନକୁ କଡାକଡି ଭାବେ ପାଳନ କରିବା ପାଇଁ ବିଦ୍ୟାଳୟ କାଉନସିଲର ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ କହିଛନ୍ତି ।
ସେହିପରି ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୈାଧୁରୀ କହିଛନ୍ତି କ୍ୟାମ୍ପସରେ ପ୍ରବେଶ କରିବା ସମୟରେ ଥର୍ମାଲ ସ୍କ୍ରିନିିଂକୁ ବାଧ୍ୟତା ମୂଳକ କରାଯିବ । ଉଭୟ ହଷ୍ଟେଲ ଓ ଛାତ୍ରଛାତ୍ରୀଙ୍କ ପାଇଁ ଏହି ନିୟମ ବାଧ୍ୟତାମୂଳକ ହେବ । ଏହାସହ ହଷ୍ଟେଲର କର୍ମଚାରୀମାନଙ୍କର ମଧ୍ୟ କରୋନା ପରୀକ୍ଷା କରାଯିବ ।