ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଆଜି ହେଉଛି ନେତାଜୀ ଜୟନ୍ତୀ । ଏହି ଅବସରରେ କଟକ ବକ୍ସି ବଜାରସ୍ଥିତ ଜାନକୀ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲ୍ୟାର୍ପଣ କରିବେ । ଏହାପରେ ନେତାଜୀଙ୍କ ନାମରେ ଖାନଗରରେ ହେବାକୁ ଥିବା ବସ୍ ଟର୍ମିନାଲର ଶିଳାନ୍ୟାସ କରିବେ ।ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ କମିଶନରେଟ ପୋଲିସ , ଜିଲ୍ଲା ପ୍ରଶାସନ,ଓ ପୋଲିସ ପକ୍ଷରୁ କଡା ସୁରକ୍ଷା କରାଯାଇଛି ।
ଏହି ବସ ଟର୍ମିନାଲର ନାମ ନେତାଜୀଙ୍କ ନାମରେ ନାମିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏବଂ ରାଜ୍ୟ ସରକାରଙ୍କ 5T ସଚିବଙ୍କ ଅଧିନରେ ଏହି କାର୍ଯ୍ୟକାରୀ କରାଯିବ । ପ୍ରାୟ ୧୨ ଏକର ସ୍ଥାନରେ ଏହି ବସ ରହଣୀସ୍ଥଳ ନିର୍ମାଣ ହେବ । ସେଥିପାଇଁ ୬୫ କୋଟି ଟଙ୍କା ଖର୍ଚ୍ଚ ହେବ ।
ଏହି ବସ ଟର୍ମିନାଲରେ ଯାତ୍ରୀମାନଙ୍କ ସୁବିଧା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା କରାଯିବ । ଏଥିପାଇଁ ଏକ ବୃହତ ଟର୍ମିନାଲ ବିଲ୍ଡିଂ , ସାଧାରଣ ଯାତ୍ରୀବାହୀ ବସ୍ , ସ୍ଥାନୀୟ ଓ ମୋ ବସ ସେବା ପାଇଁ ସ୍ଥାନ , ଚାରି ଚକିଆଯାନ ଓ ଦୁଇ ଚକିଆ ଯାନ ରହିବା ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହି ଟର୍ମିନାଲରେ ଏକ ସମୟରେ ୧୮୦ ଟି ବସ ପାର୍କିଂର ବ୍ୟବସ୍ଥା ରହିବା ସହ ଯାତ୍ରୀମାନଙ୍କ ସୁବିଧା ପାଇଁ ଇଣ୍ଟିଗ୍ରେଟେଡ ଇନଫରମେସନ ମ୍ୟାନେଜମେଣ୍ଟ ସିଷ୍ଟମ ମଧ୍ୟ ରହିବ ।