ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଆଇଏଏସ୍ ସ୍ତରରେ ବଡ ଧରଣର ଅଦଳବଦଳ କରାଯାଇଛି । ଆଜି ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଆଜି ହୋଇଥିବା ଏହି ଅଦଳବଦଳରେ ୫ଜଣ ବରିଷ୍ଠ ଓ କନିଷ୍ଠ ଆଇଏଏସ୍ ଅଧିକାରୀ ଓ ଜଣେ ଆଇପିଏସ୍ ଅଧିକାରୀଙ୍କ ରହିଛନ୍ତି । ଅନ୍ୟପଟେ ଏହା ହେଉଛି ଏବର୍ଷର ପ୍ରଥମ ଅଦଳବଦଳ । ୧୯୮୮ ବ୍ୟାଚର ଅଧିକାରୀ ପ୍ରଦୀପ୍ତ ମହାପାତ୍ର ରାଜସ୍ୱ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ସଚିବ ଭାବେ ନିଯୁକ୍ତି ପାଇଛନ୍ତି ୧୯୯୩ ବ୍ୟାଚର ନିକୁଞ୍ଜ ବିହାରୀ ଧଳ ।
୧୯୯୭ ବ୍ୟାଚର ଆଇଏସ ପ୍ରମୋଦ ମେହେର୍ଦ୍ଦାଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗ ମିଳିଥିବା ବେଳେ ୧୯୯୬ ବ୍ୟାଚର ଅରୁଣ ବୋଥ୍ରାଙ୍କୁ ଅତିରିକ୍ତ ଭାବେ ଓଡିଶା ରାଜ୍ୟ ସଡକ ପରିବହନ ନିଗମର ସିଏମଡି ଦାୟିତ୍ୱ ମିଳିଛି । ୨୦୧୪ ବ୍ୟାଚର ୟେଦୁଲା ବିଜୟଙ୍କୁ ଯୋଜନା ଓ ସମନ୍ୱୟ ବିଭାଗର ଉପ- ସଚିବ କରାଯାଇଥିବା ବେଳେ ୨୦୧୬ ବ୍ୟାଚର ଆଇଏସ ଦିବ୍ୟ ଜ୍ୟୋଚି ପରିଡାଙ୍କୁ ରାଉରକେଲା ମୁନିସିପାଲ କର୍ପୋରେସନ କମିସନର ଭାବେ ଅବସ୍ଥାପିତ କରାଯାଇଛି । ଆଇଏସ ଦିବ୍ୟ ଜ୍ୟୋଚି ପରିଡାଙ୍କୁ ଅତିରିକ୍ତ ଭାବେ ରାଉରକେଲା ସ୍ମାର୍ଟ ସିଟି କର୍ପୋରେସନ ସିଇଓ ଦ୍ୱାୟିତ୍ୱ ମିଳିଛି । ସରକାର ଆଇଏଏସ ସ୍ତରରେ ଅଦଳବଦଳ ୨୦୧୯ ଡିସେମ୍ବର ୨୮ ତାରିଖ କରିଥିଲେ ।