ଜୟପୁର (ଏଟିଆର ବ୍ୟୁରୋ); ପୁଣି ଅଲୋଡା ହେଲା ଶିଶୁ କନ୍ୟା । ମାଟି ତଳେ ପୋତି ଦେଇ ଚାଲିଗଲେ ଜନ୍ମଦାତା । ତେବେ ଭଗବାନଙ୍କ କୃପାରୁ ଶିଶୁଟି ବଞ୍ଚି ଯାଇଛି । ଏବଂ ତାକୁ ମେଡିକାଲର ଆସିୟୂରେ ଭର୍ତ୍ତି କରାଯାଇଛି । ପୋଲିସ ଖବର ପାଇବା ପରେ ଘଟଣାର ତଦନ୍ତ କରିବା ସହ ଲୋକଙ୍କୁ ପଚରା ଉଚରା କରୁଛି । ତେବେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ଅନ୍ତର୍ଗତ ବୋରିଗୁମା ଥାନା କେବିଡି ପଞ୍ଚାୟତରେ ।
ସୂଚନା ଅନୁଯାୟୀ ସୋମବାର ସକାଳ ୬ଟା ସମୟରେ କେବିଡି ପଞ୍ଚାୟତର ଏକ କଲଭର୍ଟ ପାଖରେ ନବଜାତ ଶିଶୁ କାନ୍ଦୁଥିବା ଶୁଣିଥିଲେ ସ୍ଥାନୀୟ ଲୋକ । ଏହା ଲୋକମାନେ ଯାଇ ଦେଖିବା ବେଳକୁ ଏକ ଶିଶୁ କନ୍ୟା କଲଭର୍ଟ ତଳେ ପଡି ରହିଛି । ଯାହାକୁ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ସ୍ଥାନୀୟ ଲୋକ । ଏହା ପରେ ସେମାନେ ଶିଶୁକୁ ଉଦ୍ଧାର କରି ସ୍ଥାନୀୟ ରାବଣାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ଶିଶୁର ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାକୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ରାତି ସାରା ଶିଶୁଟି ଶୀତରେ ରହିଥିବାରୁ ତା ଅବସ୍ଥା ଗୁରୁତର ଅଛି । ଏଣୁ ତାକୁ ଆଇସିୟୁରେ ଭର୍ତ୍ତି କରାଯାଇଛି ।
ଖବର ପାଇବା ପରେ ଚାଇଲ୍ଡ ଗାଇଡ ଲାଇନ ଏବଂ ସିଡବ୍ଲ୍ୟସି କର୍ମଚାରୀ ମେଡିକାଲରେ ପହଁଞ୍ଚି ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝୁଛନ୍ତି । ସେପଟେ ପୋଲିସ ଖବର ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି । ଉଦ୍ଧାର କରିଥିବା ଲୋକଙ୍କୁ ପଚରା ଉଚରା ମଧ୍ୟ କରୁଛି । ତେବେ ଏହି ଶିଶୁ କନ୍ୟାଟି କାହାର? କିଏ ସେ ପିଚାଶୀ ମା ? ଏହା କୌଣସି ପାପ ସନ୍ତକ ନୁହେଁ ତ? ସାଧାରଣରେ ଏଭଳି ଅନେକ ପ୍ରଶ୍ନ ଉଠିଛି ।
କିଏ ସେ ଡାହାଣୀ ମା ଯିଏକି ପିଲାକୁ ଛାଡି ପଳାଇଛି । କନ୍ୟା କଣ ଅଭିଶାପ । ଆଜି କାଲି ଯୁଗ ବହୁତ ଆଗକୁ ଗଲାଣି । ଝିଅମାନେ ପୁଅଙ୍କ ଠାରୁ କେଉଁ ଗୁଣରେ ବି କମ ନୁହେଁ । ମାତ୍ର କେଉଁ କାରଣରୁ କନ୍ୟା ଶିଶୁକୁ ଫୋପାଡି ଚାଲିଗଲେ ବାପା ମା । ଏହା କୌଣସି ପାପ ସନ୍ତକ ନୁହେଁ ତ । ଏଭଳି ବହୁ କଥା ଚର୍ଚ୍ଚା ହେଉଛି । ସେପଟେ ଛାତ୍ରୀ ମା ହେବା ଘଟଣାକୁ ନେଇ କିଛି ଦିନ ହେବ ସାରା ରାଜ୍ୟରେ ହଟ୍ଟଚମଟ ସୃଷ୍ଟି କରିଛି । ତେବେ କେହି ଛାତ୍ରୀ ଛୁଆ ଜନ୍ମ ଦେବା ପରେ ଛାଡି ପଳାଇନି ତ? ଏଭଳି ମଧ୍ୟ ଲୋକ ମାନେ କଥା ହେଉଥିବା ଜଣା ପଡିଛି । ସେ ଯାହା ବି ହେଉ ଏଭଳି ନିଷ୍ପାପ ଶିଶୁକୁ ଛାଡି ଚାଲି ଯିବାକୁ କିଭଳି ମନ ବଳଉଛି । ବିବେକ କଣ ଟିକେ ବି ବାଧା ଦେଉନି । ଶେଷରେ ମଣିଷ କଣ ଏତେ ସଇତାନ ହୋଇ ପଡିଛି । ଏଭଳି ଅନେକ ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ଘାଣ୍ଟି ଚକଟି ହେଉଛି ।