ନୂଆଦିଲ୍ଲୀ ( ଏଟିଆର୍ ବ୍ୟୁରୋ): ଭାରତରେ କରୋନା ସଂକ୍ରମଣ ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ବିଶ୍ୱ କରୋନା ମହାମାରୀ ସହିତ ଯୁଦ୍ଧ କରୁଥିବା ବେଳେ, ପ୍ରମୁଖ ଔଷଧ କମ୍ପାନି ସିପ୍ଲା କରୋନା ଭୂତାଣୁ ପାଇଁ ରେମଡେସିଭିର ଇଞେକ୍ସନ୍ ବଜାର ପ୍ରବେଶ କରାଛି । କୋଭିଡ୍ ମହାମାରୀରେ ପୀଡିତ ଗୁରୁତର ରେଗୀଙ୍କ ଠାରେ ଉତ୍ତମ ଫଳାଫଳ ଦେଉଥିବା ଏହି ଭୂତାଣୁ ପ୍ରତିରୋଧ ଇଞ୍ଜେକ୍ସନ କାମ କରିବ ବୋଲି ଆଶା କରାଯାଉଛି ।
ଆମେରେକୀୟ କମ୍ପାନୀ ଜିଲିଆଡ୍ ସାଇନ୍ସେସ୍ ଠାରୁ ଆବଶ୍ୟକ ଅନୁମତି ପାଇ ସିପ୍ଲା ନିଜର ଏହି ଜେନେରିକ୍ ଇଞେକ୍ସନକୁ ଛାଡିଛି । ବଜାରରେ ଏହା ସିପ୍ରେମି ନାମରେ ଉପଲବ୍ଧ । ଏହି ଇଞେକ୍ସନ୍ଟି ଅନ୍ୟ ଇଞେକ୍ସନ୍ ତୁଳନାରେ ଅପେକ୍ଷାକୃତ କମ୍ ମୂଲ୍ୟ ବୋଲି କମ୍ପାନୀ ସୂଚନା ଦେଇଛି ।
ମାତ୍ର ଏହି ଇଞେକ୍ସନ୍ଟି ବଜାରରେ କେବଳ ୪ ହଜାର ଟଙ୍କାରେ ମିଳୁଥିବା ବେଳେ ହେଟୋରା କମ୍ପାନୀ ଛାଡିଥିବା କୋଭିଫର ନାମକ ଇଞେକ୍ସନ ର ମୂଲ୍ୟ ବଜାରରେ ୫,୪୦୦ ରହିଛି ।
ମାଇଲାନ୍ କମ୍ପାନୀ ଦ୍ୱାରା ପ୍ରସ୍ତୁତ ୧୦୦ ମି.ଗ୍ରା ବିଶିଷ୍ଟ ରେମ ଡେସିଭିର୍ ମୂଲ୍ୟ ୪,୮୦୦ ଟଙ୍କା ôରହଛି । ବିଶ୍ୱର ସବୁ ଠାରୁ କମ୍ ମୂଲ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ଇଞେକ୍ସନ୍ କୁ ବଜାରରେ ପ୍ରବେଶ କରାଇ ବହୁତ୍ ଗର୍ବିତ ବୋଲି କହିଛନ୍ତି ସିପ୍ଳାର କାର୍ୟ୍ୟନିର୍ବାହୀ ଉପଧ୍ୟକ୍ଷ ନିଖିଲ୍ ଚୋପ୍ରା । ତେବେ ଦେଖିବାକୁ ବାକି ରହିଲା ସିପ୍ଲା ତିଆରି କରିଥିବା ପ୍ରତିରୋଧକ ଟିକା ସାଧାରଣ ମଣିଷ ଦେହରେ କେତେ ସଫଳ ହେଉଛି ।