ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ପ୍ରତ୍ୟେକ ଦିନ ନୂତନ କରୋନା ମାମଲା ସାମ୍ନାକୁ ଆସୁଛି । ଲଗାତର କିଛି ଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା ତିନି ହଜାର ତଳକୁ ଖସିଥିବା ବେଳେ ଗତକାଲି ପୁଣି ତିନି ହଜାର ଉପରେ ଆକ୍ରାନ୍ତଙ୍କ ସଂଖ୍ୟା ରହିବା ପରେ ଆଜି ପୁଣି ୩ ହଜାର ତଳକୁ ଖସିଛି । ଯାହାଫଳରେ ଏବେ ପୁଣି ତଳ ମୁହାଁ କରୋନା ମିଟର । ସେହିଅନୁଯାୟୀ ରାଜ୍ୟରେ ଏବେ ପୁଣି ଆଉ ୨୬୯୭ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୫୭୬ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୧୨୧ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି । ସେନେଇ ନଜର ପକାନ୍ତୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଟ୍ୱିଟ୍ ଉପରେ ।
Covid-19 Report For 8th October
New Positives Cases: 2697
In quarantine: 1576
Local contacts: 1121(Details of local contacts will be shared by concerned District Administration)
District Wise Cases
1. Angul: 107
2. Balasore: 115
3. Bargarh: 86
4. Bhadrak: 66
5. Balangir: 62— I & PR Department, Odisha (@IPR_Odisha) October 9, 2020
22. Mayurbhanj: 134
23. Nawarangpur: 51
24. Nayagarh: 38
25. Nuapada: 153
26. Puri: 64
27. Rayagada: 3
28. Sambalpur: 107
29. Sonepur: 69
30. Sundargarh: 120
31. State Pool: 94New Recoveries: 3312
Cumulative Tested: 3664678
Positive: 246839
Recovered: 216984
Active Case: 28811— I & PR Department, Odisha (@IPR_Odisha) October 9, 2020
ଅନ୍ୟପଟେ ରାଜ୍ୟରୁ ପୁଣି ଆଉ ୩୩୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୬୮୩୯ କୁ ବୃଦ୍ଧି ପାଇଥିବା ବେଳେ ୨୧୬୯୮୪ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଲେଣି ଏବଂ ୨୮୮୧୧ ଜଣ ଚିକିତ୍ସିତ ହେଉଛନ୍ତି ।