ଭୁବନେଶ୍ବର (ଏଟିଆର ବ୍ୟୁରୋ): ରାଜ୍ୟରେ ତଳ ମୁହାଁ ହୋଇଛି କରୋନା ମିଟର। ପୂର୍ବାପେକ୍ଷା ଏବେ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ହ୍ରାସ ପାଇବାରେ ଲାଗିଛି। ସେହିଅନୁଯାୟୀ ରାଜ୍ୟରେ ପୁଣି ଏବେ ୭୫୭ ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୩୬ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୩୨୧ ଜଣ ସ୍ଥାନୀୟ ଅଞ୍ଚଳର। ଏନେଇ ରାଜ୍ୟ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।
ରାଜ୍ୟରେ ଆଜି ଯେଉଁ ନୂତନ ମାମଲା ସାମ୍ନାକୁ ଆସିଛି ତାହା କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେଥିପାଇଁ ରାଜ୍ୟ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗର ଟ୍ବିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ।
ଅନ୍ୟପଟେ ରାଜ୍ୟରେ ସୁସ୍ଥ ସଂଖ୍ୟା ମଧ୍ୟ ବୃଦ୍ଧି ହେବାରେ ଲାଗିଛି। ସେହିଅନୁଯାୟୀ ନୂତନ ୧୦୧୯ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାପେର ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩୦୨୭୯୬ ହୋଇଥିବା ବେଳେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୨୫୪୫ କୁ ବୃଦ୍ଧି ପାଇଛି। ସେହିପରି ୮୦୮୮ ଜଣ ଚିକିତ୍ସିତ ହେଉଛନ୍ତି।