ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦିନକୁ ଦିନ ଚିନ୍ତା ବଢାଉଛି କରୋନା । ଲାଗୁନି ବ୍ରେକ୍ । ପୁରା କଲବଲ କରି ରଖିଛି । ଉଦବେଗଜନକ ଭାବେ ରାଜ୍ୟରେ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ପୁଣି ଆଉ ୧୩୮୪ ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮୭୩ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୫୧୧ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Covid-19 Report For 2nd August
New Positive Cases: 1384
In Quarantine: 873
Local Contacts: 511(Details of local contacts will be shared by concerned District Administration)
District Wise Cases
1. Angul: 13
2. Balasore: 79
3. Bargarh: 33
4. Bhadrak: 25
5. Balangir: 51— I & PR Department, Odisha (@IPR_Odisha) August 3, 2020
ରାଜ୍ୟରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳର ୧୩, ବାଲେଶ୍ୱରର ୭୯, ବରଗଡର ୩୩,ଭଦ୍ରକର ୨୫,ବଲାଙ୍ଗିରର ୫୧, କଟକର ୮୯, ଢେଙ୍କାନାଳର ୧୧,ଗଜପତିର ୬୧, ଗଞ୍ଜାମର ୩୩୧, ଜଗତସିଂହପୁରର ୨୨, ଯାଜପୁରର ୧୮, ଝାରସୁଗୁଡାର ୭, କଳାହାଣ୍ଡିର ୪, କେନ୍ଦ୍ରାପଡାର ୧୧, ଖୋର୍ଦ୍ଧାର ୨୧୧, କୋରାପୁଟର ୯୭, ମାଲକାନାଗିରିର ୨୯,ମୟୁରଭଞ୍ଜର ୨୯, ନବରଙ୍ଗପୁରର ୨୬, ନୟାଗଡର ୨୨, ନୂଆପଡାର ୫, ପୁରୀର ୧୭, ରାୟଗଡାର ୩୮, ସମ୍ବଲପୁରର ୯୩, ସୋନପୁର ୬ ଏବଂ ସୁନ୍ଦରଗଡର୪୬ ଜଣ ରହିଛନ୍ତି । ସର୍ବମୋଟ ୨୬ ଟି ଜିଲ୍ଲାର ୧୩୮୪ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଗତକାଲି ରାଜ୍ୟରେ ୬୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
22. Puri: 17
23. Rayagada: 38
24. Sambalpur: 93
25. Sonepur: 6
26. Sundargarh: 46New Recoveries: 681
Cumulative Tested: 556588
Positive: 36297
Recovered: 21954
Active Cases: 14095— I & PR Department, Odisha (@IPR_Odisha) August 3, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬୨୯୭ କୁ ବୃଦ୍ଧି ପାଇଛି । ସେଥିରୁ ୨୧୯୫୪ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ବେଳେ ୧୪୦୯୫ ଜଣ ଚିକିତ୍ସିତ ହେଉଛନ୍ତି ।