ଭୁବନେଶ୍ୱର (ଏଟିଆର ବ୍ରୁ୍ୟରୋ) : କରୋନା ମହାମାରୀ କାରଣରୁ ଅନେକ କମ୍ପାନୀ ନିଜ କର୍ମଚାରୀ ମାନଙ୍କୁ ୱାର୍କ ଫର୍ମ ହୋମ କାମ କରିବାକୁ ସୁଯୋଗ ଦେଇଛି । କେନ୍ଦ୍ର ସରକାର ଗୁରୁବାର ଦିନ ବିଜନେସ ପ୍ରୋସେସ ଆଉଟସୋର୍ସିଂ ଏବଂ ଆଇଟି ସେବା ଦେଉଥିବା କମ୍ପାନୀ ପାଇଁ ଏହି ନିୟମ ଘୋଷଣା କରିଛନ୍ତି । ଏହି ନିୟମ ଅନୁସାରେ ଆପଣ ଘରେ ବା ଯେ କୌଣସି ସ୍ଥାନରେ ରହି କାମ କରିପାରିବେ । ଏବଂ କମ୍ପାନୀ ପାଇଁ ଆପଣଙ୍କୁ ଉଚିତ ସମୟ ଦେବାକୁ ପଡ଼ିବ ନାର୍ହି । ଏହି କମ୍ପାନା ଗୁଡ଼ିକ ଆଇଟି , କଲ ସେଣ୍ଟର , ବିପିଓ ଏବଂ ନଲେଜ ପ୍ରୋସେସ ଆଉଟସୋର୍ସିିଂ ଭାବେ ବେଶ୍ ପରିଚିତ ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି , ସରକାର ଦେଶର ବିକାଶ ଓ ଅନୁକୂଳ ବାତାବରଣ ଏବଂ ଦେଶର ଆଇଟି ସକ୍ଷମ ହେବା ପାଇଁ ଏହି ସରଳୀକୃତ ନିୟମ ଘୋଷଣା କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଭାରତର ଆଇଟି କ୍ଷେତ୍ର ଆମ ପାଇଁ ଗୌରବ ଏବଂ ଏହା କୁ ସାରା ବିଶ୍ୱ ମାନିଥାଏ ।ଏହି ପଦକ୍ଷେପ ଦ୍ୱାରା କର୍ମଚାରୀ ମାନଙ୍କୁ ବେସ ଉତ୍ସାହନ ମିଳିବ । ଏହି କାରଣରୁ ବିପିଓ କର୍ମଚାରୀ ମାନଙ୍କ ବୋଝ କମ ହୋଇଯିବ ।ଏହା ଦ୍ୱାରା ଅନେକ ଆବଶ୍ୟକତା ଦୂର ହେବ ।