ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରେନା ପ୍ରକୋନ ଥମିବାର ନାଁ ଧରୁନି । ଆଜି ପୁଣି ଭୁବନେଶ୍ୱରରୁ ଆଉ ତିନି ଜଣ ନୂତନ କରେନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ବିଏମି ପକ୍ଷରୁ ସୂଚନା ଦିଆଯାଇଛି ।
Update on newly detected & cured #COVID19 cases in the last 24 hrs under the BMC area on 13th Jun 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/AAqTehcnII— BMC (@bmcbbsr) June 13, 2020
ଆଜି ଭୁବନେଶ୍ୱରରେ ଚିହ୍ନଟ ହୋଇଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣ ହୋମ କ୍ୱାରେଣ୍ଟାଇନ୍ ରୁ ହୋଇଥିବା ବେଳେ ଜଣେ ସ୍ଥାନୀୟ ଅଞ୍ଚଳର । ସେହି ତିନି ଜଣଙ୍କ ମଧ୍ୟରେ ଭିମପୁରର ଜଣେ ୨୭ ବର୍ଷିୟ ପୁରୁଷ ତାଙ୍କର ଦିଲ୍ଲୀ ଟ୍ରାଭେଲ ହିଷ୍ଟ୍ରି ରହିଛି । ସେହିପରି ଭରତପୁରରୁ ଚିହ୍ନଟ ହୋଇଥିବା ୩୬ ବର୍ଷିୟ ପୁରୁଷଙ୍କର ବି ଦିଲ୍ଲୀ ଟ୍ରାଭେଲ ହିଷ୍ଟ୍ରି ରହିଛି । ଅନ୍ୟପଟେ ଡୁମୁଡୁମା ଏଚବି କଲୋନୀର ୪୮ ବର୍ଷିୟ ପୁରୁଷଙ୍କର ଗଞ୍ଜାମ ଟ୍ରାଭେଲ ହିଷ୍ଟି ରହିଥିବା ଜାଣିବାକୁ ମିଳିଛି ।
ଏପର୍ଯ୍ୟନ୍ତ ଭୁବନେଶ୍ୱରରେ ଚିହ୍ନଟ ହୋଇଥିବା ୧୦୬ ମାମଲା ମଧ୍ୟରୁ ୬୦ ଜଣ ସୁସ୍ଥ ହୋଇଥିବା ବେଳେ ୪୨ ଟି ସକ୍ରିୟ ମାମଲା ରହିଛି ଏବଂ ୩ ଜଣଙ୍କର ମୃ୍ତ୍ୟୁ ହୋଇଛି ।