ଭୁବନେଶ୍ୱର (ଏଟିଆର ବ୍ୟୁରୋ):ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ନ୍ୟୁ ରେଲୱେ ଷ୍ଟେସନକୁ ଲୋକାର୍ପିତ କରିଛନ୍ତି । ଏହା ରାଜଧାନୀର ବାରଙ୍ଗରେ ନିର୍ମାଣ ହୋଇଛି । ସାଧାରଣତଃ ପଟିଆ, ରଘନାଥପୁର, ବାରଙ୍ଗ ଏବଂ ଆଖପାଖି ଅଂଚଳର ଲୋକମାନେ ଅଧିକ ଉପକୃତ ହେବେ । ଏବେ ତାଙ୍କୁ ଭୁବନେଶ୍ୱରର ୧୫ କିଲୋମିଟର ପୁରୁଣା ଷ୍ଟେସନକୁ ଆସିବାକୁ ପଡିବ ନାହିଁ ।
ଏହା ବ୍ୟତୀତ ଆଗକୁ ରଥଯାତ୍ରା ଥିବାରୁ ଲୋକାମାନେ ପୁରୀ ଶ୍ରୀକ୍ଷେତ୍ର ଯିବା ପାଇଁ ଦୁଇଟି ଷ୍ଟେସନରୁ ଭଲ ଭାବେ ଯାଇପାରିବେ । ଏବଂ ଏହି ନ୍ୟୁ ରେଲୱେ ଷ୍ଟେସନ ପାଖରେ ନନ୍ଦନକାନନ ଥିବାରୁ ପର୍ଯ୍ୟଟକଙ୍କ ଅଧିକ ଭିଡ ଜମିବ ବୋଲି କୁହାଯାଉଛି । ଏହି ଷ୍ଟେସନରେ ୬ଟି ପ୍ଲାଟଫର୍ମ ରହିଛି ।