ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗାଡି ଚାଳକଙ୍କୁ ଆଶ୍ୱସ୍ତି । ହାଇ ସିକ୍ୟୁରିଟି ନଂ ପ୍ଲେଟକୁ ନେଇ ରାଜ୍ୟ ସଡକ ପ୍ରାଧିକରଣ ପକ୍ଷରୁ ନୂତନ ନିୟମ ଲାଗୁ କରାଯାଇଛି । ଯଦି କୌଣସି ବ୍ୟକ୍ତି ଧାର୍ଯ୍ୟ ତାରିଖ ସୁଦ୍ଧା ନଂ ପ୍ଲେଟ ବୁକିଂ କରିଥିବେ ତେବେ ସେ ଫାଇନ ଦେବାରୁ ବର୍ତ୍ତିଯିବେ । ଆଜ୍ଞା ହଁ ଚେକିଂ ସମୟରେ ଅନଲାଇନ୍ ବୁକିଂ ସ୍ଲିପ ଦେଖାଇଲେ ଫାଇନ୍ ଦେବାରୁ ବର୍ତ୍ତିବେ ଚାଳକ ।
ଗାଡିର ଶେଷ ନଂ ୧ କିମ୍ବା ୨ ପାଇଁ ସେପ୍ଟମ୍ବର ୩୦ କୁ ଡେଡଲାଇନ୍ ବୃଦ୍ଧି କରାଯାଇଛି । କିନ୍ତୁ ଏଥିପାଇଁ ସେପ୍ଟମ୍ବର ୩୦ ପୂର୍ବରୁ ରେଜିଷ୍ଟ୍ରେସନ କରିବାକୁ ପଡିବ ।