ଭୁବନେଶ୍ୱର ( ଏଟିଆର ବ୍ୟୁରୋ): କଣ୍ଟ ପୁରିଲା ଏବେ ପୁଣି ଆକ୍ସନ ମୁଡକୁ ଆସିଛି ଟ୍ରାଫିକ ପୋଲିସ । ଆଜି ସକାଳ ଠାରୁ ରାଜଧାନୀ ସମେତ ସମସ୍ତ ବଡ ସହରର ବଡବଡ ଛକରେ ଚେକିଂ ଜୋରଦାର ଚାଲିଛି । ତେବେ ଆଜି ଚେକିଂରୁ ଯାହା ଜଣା ପଡୁଛି ବେଶି ଗୁରୁତ୍ୱ ଦିଆଯାଉଛି ହେଲମେଟ ଓ ରଙ୍ଗରୁଟରେ ଗାଡି ଚାଳନା । ଏମିତିକି ଆଜି ବିଭିନ୍ନ ସ୍ଥାନରେ ପୋଲିସ ଚାଲାଣ କାଟିବା ପରେ ପୋଲିସ ସହିତ ଲୋକେ ଯୁକ୍ତି ତର୍କ କରୁଥିବାର ଦେଖିବାକୁ ମିଳିଛି ।
ରାଜଧାନୀରେ ମଧ୍ୟ ଅନେକ ସ୍ଥାନରେ ଏମିତି ଘଟଣା ମାନ ପରିଦୃଶ୍ୟ ହେଉଛି । କେବଳ ଆଜି ଇନଫୋସିଟି ଅଞ୍ଚଳରୁ ୧ ଲକ୍ଷ ୧୭ ହଜାର ଟଙ୍କା ପୋଲିସ ଜରିମାନା ଆଦାୟ କରିଥିବା ସୂଚନା ମିଳିଛି । ଏତେ ସବୁ ପରେ ମଧ୍ୟ ଆଜି କିଛି ଲୋକ ଟ୍ରାଫିକ ନିୟମକୁ ଉଲ୍ଲଘଂନ କରୁଥିବାର ଦେଖିବାକୁ ମିଳୁଛି । ସୂଚନାଯୋଗ୍ୟ ସେପ୍ଟେମ୍ବର ପହିଲାରୁ ଏହି ନିୟମ ଲାଗୁ ହୋଇଥିଲେ ମଧ୍ୟ ସାଧାରଣ ଲୋକଙ୍କ ସୁବିଧା ପାଇଁ ଏହାକୁ ୨ ଟି ପର୍ଯ୍ୟାୟରେ ୬ ମାସ ପର୍ଯ୍ୟନ୍ତ କୋହଳ କରାଯାଇଥିଲା । ଯାହାର କଣ୍ଟ ଆସନ୍ତାକାଲି ସରିଯାଇଛି । ତେବେ ପରିବହନ ପକ୍ଷରୁ ଗତକାଲି କୁହାଯାଇ ସାରିଛି ଯେ ଆଉ ସମୟ ଦିଆଯିବ ନାହିଁ । ବରଂ ନିୟମ କଡାକଡି ଭାବେ ପାଳନ କରାଯିବ ।