ବଲାଙ୍ଗିର(ଏଟିଆର ବ୍ୟୁରୋ):ଶାଶୁ ଘରକୁ ବିଦା ହେବା ବେଳେ କାନ୍ଦି କାନ୍ଦି ଜଣେ ନବବଧୂର ମୃତ୍ୟୁ ଘଟିଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲାର ବିନିକା ବ୍ଲକ ଅନ୍ତର୍ଗତ ଯୁଲୁଣ୍ଡା ଗ୍ରାମରେ ।
ସୂଚନାନୁସାରେ ଜୁଲୁଣ୍ଡା ଗାଁରେ ଜଣେ ଯୁବତୀଙ୍କର ଗତକାଲି ବାହାଘର ସରିଥିଲା। ଆଜି ସକାଳୁ ବିଦା ହେବା ବେଳେ କାନ୍ଦି କାନ୍ଦି ଅଚେତ ହୋଇପଡ଼ିଲେ କନ୍ୟା। ପରିବାର ଲୋକ ଡାକ୍ତରଖାନା ନେଇଯାଇଥିବା ବେଳେ ମୃତ ଘୋଷଣା କଲେ ଡାକ୍ତର। ହୃଦଘାତରେ କନ୍ୟାର ମୃତ୍ୟୁ ହୋଇଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି ।
ଅନ୍ୟପଟେ କିଛି ମାସ ପୂର୍ବରୁ କନ୍ୟାର ବାପା ଇହଧାମ ତ୍ୟାଗ କରିଥିଲେ ।ଏଥିପାଇଁ ଝିଅ ମାନସିକ ଚାପରେ ରହୁଥିଲା ବୋଲି ଗ୍ରାମବାସାମାନେ ସୂଚନା ଦେଇଥିଲେ । ଏଣୁ ରୋଜିଙ୍କର ବାହାଘର ତାଙ୍କର ମାମୁଘର ପରିବାର ଓ ଗ୍ରାମର ସ୍ଵେଚ୍ଛାସେବୀମାନଙ୍କ ଦ୍ଵାରା କରାଯାଇଥିଲା।