ସାରା ଦେଶରେ କରୋନାରେ ମୋଟ ୧ଲକ୍ଷ ୨୫ ହଜାର ୧୦୧ ଜଣ ଆକ୍ରାନ୍ତ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୬ ହଜାର ୬୫୪ଟି ନୂଆ ମାମଲା ସାମ୍ନାକୁ ଆସିଛି । ସେହିଭଲି ଯଦି ରାଜ୍ୟ ଉପରେ ନଜର ପକାଇବା ଆଜି ସକାଳୁ ରାଜ୍ୟରେ ୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୧ ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ , ୭ ଜଣ ସ୍ଥାନୀୟ ଅଞ୍ଚଳରୁ ଓ୨ ଜଣ ହୋମ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ୧୨୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଭାରତୀୟ ରେଲୱେ ଦ୍ୱାରା ୧୫ ଯୋଡା ସ୍ପେଶାଲ ଟ୍ରେନ୍ ପାଇଁ ଟିକେଟ ବୁକିଂ ନିୟମ ପରିବର୍ତ୍ତନ କରାଯାଇଛି । ରାଜଧାନୀ ଏକ୍ସପ୍ରେସର ୧୫ଟି ରୁଟ୍ ଦେଇ ଚାଲୁଥିବା ବିଶେଷ ଟ୍ରେନ୍ ରେ ଏବେ ଯାତ୍ରୀ ୩୦ ଦିନର ଅଗ୍ରିମ ଟିକେଟ ବୁକିଂ କରି ପାରିବେ । ଏହାର ଟିକେଟ ଆଇଆରସିଟିସିର ୱେବସାଇଟ ବ୍ୟତିତ ଟିକେଟ କାଉଣ୍ଟରରେ ଉପଲବ୍ଧ ହେବ । ପୂର୍ବରୁ କେବଳ ଆଇଆରସିଟିସି ୱେବସାଇଟରେ ହିଁ ବୁକିଂ ସୁବିଧା ଥିଲା ।
ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ ବିମାନ ଦୁର୍ଘଟଣା ଗସ୍ତ । ଲାହୋରରୁ କରାଚି ଆସୁଥିବା ବେଳେ କରାଚି ଉପନଗରରେ ଥିବା ମଡେଲ୍ କଲୋନି ଉପରେ ଖସି ପଡିଥିଲା ବିମାନ । ବିମାନରେ ମୋଟ ୯୯ ଜଣ ଯାତ୍ରୀ ଓ ୮ ଜଣ କର୍ମଚାରୀ ଥିଲେ । ବିମାନଟି ଖସି ପଡିବାରୁ ୯୭ ଜଣ ମୃତ୍ୟୁବରଣ କରିଛନ୍ତି ସୂଚନା ରହିଛି ।
ବାତ୍ୟା ଅମ୍ପାନରେ ଓଡିଶାରେ ହୋଇଥିବା କ୍ଷୟକ୍ଷତି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡିଶାକୁ ଆଗୁଆ ୫୦୦ କୋଟିର ସହାୟତା ପ୍ୟାକେଜ । ବାତ୍ୟା ଅମ୍ପାନ ପାଇଁ ଓଡିଶାରେ ପ୍ରଭାବିତ ହୋଇଥିବା ଅଞ୍ଚଳକୁ ଗତକାଲି ପ୍ରଧାନମନ୍ତ୍ରୀ ଆକାଶ ମାର୍ଗରୁ ବୁଲି ଦେଖିଥିଲେ । ଏହାପରେ ରାଜ୍ୟ ସରକାରଙ୍କ ସହ ଏକ ସମୀକ୍ଷା ବୈଠକ କରି ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି ।
ଆସନ୍ତା ୨୫ ତାରିଖରୁ ଝାଡସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଉଡିବ ବିମାନ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଆସନ୍ତା ୨୫ ତାରିଖରୁ ଘରୋଇ ବିମାନ ଚଳାଚଳ ଆରମ୍ଭ ହୋବ ବୋଲି ସୂଚନା ଦେବା ସହ ମନ୍ତ୍ରଣାଳୟ ପକ୍ଷରୁ ଏକ ଏସସଜି ଜାରି କରାଯାଇଥିଲା ।
ଆସନ୍ତା କାଲି ଠାରୁ ମଦର ହେବ ହୋମ୍ ଡେଲିଭରି । ଏନେଇ ରାଜ୍ୟ ସରକାରଙ୍କ ପାଖରୁ ମିଳିଛି ଅନୁମତି । ଅନ୍ ଲାଇନରେ ଅର୍ଡର ଦେବାର ଛଅ ଘଣ୍ଟା ଭିତରେ ଗ୍ରାହାକଙ୍କ ପାଖରେ ପହଞ୍ଚିବ ମଦ । ଗ୍ରାହକ ମାନଙ୍କୁ ଏମଆରପି ଉପରେ ୫୦ ପ୍ରତିଶତ ସର୍ଭିସ ଚାର୍ଜ ଦେବାକୁ ପଡିବ ।
ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ୧୭୨ ଜଣ ସେବାୟତଙ୍କର ହେବ କରୋନା ଟେଷ୍ଟ ଗରାବଡୁ ସେବାୟତ ମାନଙ୍କ କରୋନା ଟେଷ୍ଟ କରାଯିବ । ଏନେଇ ଆଜି ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ନିଷ୍ପତି ନିଆଯାଇଛି ।