ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୬୭୬୭ ନୂତନ ମାମଲା ସାମ୍ନାକୁ ଆସି ଥିବା ବେଳେ ୧୪୭ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ସାରା ଦେଶରେ ମୋଟ ୧ ଲକ୍ଷ ୩୧ ହଜାର ୮୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ଦିନ ୧୨ ସୁଦ୍ଧା ରାଜ୍ୟରେ ୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୦ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୩ ଜଣ ସ୍ଥାନୀୟ ଅଞ୍ଚଳର ଏବଂ ୪ ଜଣ ହୋମ୍ କ୍ୱାରେଣ୍ଟାଇନ୍ ରୁ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ୧୩୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ । ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଦୁଷ୍କର୍ମ ମାମଲାରେ ଜାମିନ ପ୍ରସଂଗରେ ଶୁଣାଣି କରି ଓଡିଶା ହାଇକୋର୍ଟରେ ଏପରି ରାୟ ଦେଇଛନ୍ତି। ଆଇପିସିର ଦଫା ୩୭୫ ଅନୁସାରେ ପୀଡିତାଙ୍କ ସହିତ ଘଟିଥିବା ୭ଟି ଛି ନିର୍ଦ୍ଦିଷ୍ଟ ଯୌନ ନିର୍ୟାତନା ପ୍ରସଂଗକୁ ଦୁଷ୍କର୍ମ ଅପରାଧ ପରିସରଭୁକ୍ତ କରାଯାଇଛି । ହେଲେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିବା ଘଟଣା ଏଥି ମଧ୍ୟରେ ଅନ୍ତର୍ଭୁକ୍ତ ନୁହେଁ ବୋଲି ଖଣ୍ଡପୀଠ ଦ୍ୱାରା କୁହାଯାଇଛି ।
ରାଜ୍ୟ ଭିତରେ କାଲିଠୁ ଗଡିବ ବସ ଓ ଟ୍ରେନ । ବସରେ ଯେତିକି ସିଟ ସେତିକି ଯାତ୍ରୀ ଯାତ୍ରା କରିବେ । ଏହା ସହ ରାଜ୍ୟରେ କାର,ଟ୍ୟାକ୍ସି ଓ ଅଟୋ ଚଳାଚଳ କରିପାରିବ । ଡ୍ରାଇଭରକୁ ଛାଡି ଦେଲେ କାର,ଅଟୋ ଓ ଟ୍ୟାକ୍ସିରେ ୨ ଜଣ ଯାତ୍ରୀ ଯାଇ ପାରିବେ । ବିମାନ ବନ୍ଦର , ରେଳ ଷ୍ଟେସନ , ବସ ଷ୍ଟାଣ୍ଡରୁ ଯାତ୍ରୀ ମାନଙ୍କୁ ନେଇ ଆସୁଥିବା ଗାଡି ଗୁଡିକ ୨୪ ଘଣ୍ଟିଆ ଚଳାଚଳ କରିପାରିବେ । ବସ, ଟ୍ରେନ, କାର, ଅଟୋ ଟ୍ୟାକ୍ସିରେ ଯାତ୍ରାକଲା ବେଳେ ମାସ୍କା ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି । ସେହିପରି ରାଜ୍ୟ ସରକାର କ୍ୱାରାଣ୍ଟାଇନ ସେଣ୍ଟରର ନିୟମକୁ ପରିବର୍ତ୍ତନ କରି ୨୧ ଦିନ ବଦଳରେ ୧୪ ଦିନ କ୍ୱାରାଣ୍ଟାଇନରେ ରହିବେ ପ୍ରବାସୀ । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜୋନା ସାମ୍ବାଦିକ ସମ୍ମୀଳନିରେ ସୂଚନା ଦେଇଛନ୍ତି ।
ବିଏମସି ପକ୍ଷରୁ ପରୀକ୍ଷା ମୂଳକ ଭାବେ ଆଜି ସକାଳେ ରାଜଧାନୀ ଭୁବନେଶ୍ୱରରେ କିଛି ପାର୍କ ଖୋଲା ଯାଇଛି । ସକାଳ ୭ଟାରୁ ୧୦ଟା ପାର୍କ ଖୋଲା ଯାଇଥିଲା । ପୁଣି ଆଜି ଅପରାହ୍ନ ୪ଟରୁ ୬ଟା ପର୍ୟ୍ୟନ୍ତ ଖୋଲା ଯାଇଥିଲା ପାର୍କ । ଆଜି ରାଜଧାନୀ ଭୁବନେଶ୍ୱରରେ ଥିବା ଫରେଷ୍ଟ ପାର୍କ, ଆଇଜି ପାର୍କ ଓ ବୁଦ୍ଧ ପାର୍କକୁ ସକାଳ ଖୋଲା ଯାଇଥିଲା । ତେବେ ପାର୍କକୁ ବୁଲିବା ପାଇଁ ଯାଉଥିବା ଲୋକ ମାନଙ୍କ ପାଇଁ ମାସ୍କା ପିନ୍ଧିବା ସହ ସାମାଜିକ ଦୂରତା ବଜାଇ ରଖିବା ବଧ୍ୟତାମୂଳକ କରାଯାଇଛି । ଏହା ସହ ପାର୍କରେ ଥିବା ବ୍ୟାୟାମ ଉପକରର ବ୍ୟବହାର ନ କରିବା ଓ ପାର୍କ ଭିତରେ ଛେପ ପକାଇବାକୁ ବାରଣ କରାଯାଇଛି ।
ମହାମାରୀ କରୋନା ପାଇଁ ଅର୍ଥବ୍ୟବସ୍ଥା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି । ଏଥିରୁ ବାଦ୍ ପଡିନି ଦେଶର ସବୁଠାରୁ ଧନି ମନ୍ଦିର ତିରୁପତି । ମନ୍ଦିରକୁ ଭକ୍ତଙ୍କ ଦ୍ୱାରା ଦାନ କରାଯାଇଥିବା ୨୩ଟି ସମ୍ପତି ନିଲାମ କରିବାକୁ ନିଷ୍ପତି ନେଇଛି ମନ୍ଦିର ପ୍ରଶାସନ । ଏହି ସମସ୍ତ ସମ୍ପତି ତାମିଲନାଡୁରେ ରହିଛି । ଏହି ସମ୍ପତିକୁ ନିଲାମ କରିବା ପାଇଁ ତିରୁମାଲା ତିରୁପତି ଦେବସ୍ଥାନ ବୋର୍ଡ ପକ୍ଷରୁ ଦୁଇଟି ସମିତି ଗଠନ କରାଯାଇଛି । ସେହିପରି ଏହି ସମ୍ପତିର ନିଲାମି ରାଶି ଦେଢ କୋଟି ଟଙ୍କା ରଖାଯାଇଛି ।