ଭୁବନେଶ୍ୱର(ଏଟିଆର ବ୍ୟୁରୋ):ରାଜ୍ୟରେ ପୁଣି ଶୀତର ମାତ୍ରା ଧିରେ ଧିରେ ବଢିବା ସହିତ ଘନ କୁହୁଡି ମଧ୍ୟ ଦେଖିବାକୁ ମିଳୁଛି । ଘନ କୁହୁଡି କାରଣରୁ ରାସ୍ତାରେ ମୋଟରଯାନ ଚଳାଚଳରେ ବାଧା ସୃଷ୍ଟି ହେଉଛି । ଆସନ୍ତା ୧୬ ତାରିଖରେ ବର୍ଷାର ସମ୍ଭାବନା ଥିବାରୁ ତାପମାତ୍ରା କମିବାରେ ଆଶଙ୍କା କରାଯାଉଛି ,ଯାହା ଫଳରେ ରାଜ୍ୟର ବହୁ ଜିଲ୍ଲାରେ ଶୀତ ବଢିବାର ସମ୍ଭାବନା ରହିଛି ।
ତେବେ ୧୭ ତାରିଖରେ ରାଜ୍ୟରେ ପାରଦସ୍ତର ଖସିବା ଆରମ୍ଭ କରିବ ଫଳରେ ୧୭ ରୁ ରାଜ୍ୟରେ ପୁଣି ଶୀତ ଆରମ୍ଭ ହୋଇ କୁହୁଡିି ବଢିବ ବୋଲି ପାଣିପାଗ ବିଭାଗ ବିଶେଷଜ୍ଞମାନେ ମତ ଦେଇଛନ୍ତି ।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିଥିଲା । ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୯.୫ ଡିଗ୍ରୀ ରହିଥିବା ବେଳେ ଓଡିଶାର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦେଖିବାକୁ ମିଳୁଥିବା ବେଳେ ଜଗତସିଂହପୁର, କଟକ, ଭଦ୍ରକ, ଓ ଖୋର୍ଦ୍ଧାର କିଛି କିଛି ସ୍ଥାନରେ କୁହୁଡି ପଡିଥିଲା ।
ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧ରୁ ଦେଢ ଡିଗ୍ରୀ ପର୍ଯ୍ୟନ୍ତ ବଢିବ । ଫଳରେ ଶୀତ କମିବ । ଓ ୧୭ ରୁ ପୁଣି ଶୀତ ବଢିିବା ସହ କୁହୁୂଡି ମଧ୍ୟ ବଢିବ । ରାଜ୍ୟରେ ଗତ କିଛି ଦିନ ହେବ ଘନ କୁହୁଡି ହୋଇଥିବାର ଦେଖାଯାଉଛି ।
୧୫ ରୁ ୧୭ ତାରିଖ ପର୍ଯ୍ୟନ୍ତ ବଙ୍ଗୋପସାଗରୀୟ ଥଣ୍ଡା ପବନ ମଧ୍ୟପ୍ରଦେଶ ,ଛତିଶଗଡ଼ , ଓ ଝାଡ଼ଖଣ୍ଡରେ ପବନ ବହିବା ସହ ସେଠାରେ ବର୍ଷା ହେବ । ପ୍ରାୟ ୪ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସି ସାରା ଓଡିଶାରେ ଶୀତର ପ୍ରଭାବ ଆରମ୍ଭ ହେବ ।