ସମ୍ବଲପୁର(ଏଟିଆର ବ୍ୟୁରୋ):ଏଣିକି ଜଙ୍ଗଲରେ ନିଆଁ ଲଗାଇଲେ ଜୋରିମାନା ଦେବା ସହ ବନ୍ଧା ହେବେ । ଜଙ୍ଗଲର ନିଆଁକୁ ରୋକିବା ପାଇଁ ସମ୍ବଲପୁର ଡିଏଫଓଙ୍କ ପକ୍ଷରୁ କଡା ପଦକ୍ଷେପ ନିଆଁଯାଇଛି । ଏବଂ ଜଙ୍ଗଲରେ ନିଆଁ ଲଗାଉଥିବା ବିଷୟରେ ଖବର ଦେଲେ ୫ ହଜାର ପୁରଷ୍କାର ରାଶି ପ୍ରଦାନ କରାଯିବ ବୋଲି କହିଛନ୍ତି ।
ସେହିପରି ଜଙ୍ଗଲ ମଧ୍ୟକୁ ପ୍ରବେଶ କରୁଥିବା ବ୍ୟକ୍ତିଙ୍କ ଠିକଣା ରଖିବେ ବନ ବିଭାଗ କର୍ମଚାରୀ । ଏହା ସହ ୧୫ ଜଣ କର୍ମଚାରୀଙ୍କୁ ପ୍ରତ୍ୟେକ ରେଞ୍ଜରେ ନିଆଁ ଲିଭାଇବା ପାଇଁ ରଖାଯାଇଛି । ଲୋକଙ୍କୁ ସଚେତନ କରିବା ପାଇଁ ଗାଁ ଗାଁ ରେ ପ୍ରଚାର ଗାଡି ମଧ୍ୟ ବୁଲାଯିବ ବୋଲି ଡିଏଫଓ ସଞ୍ଜୀତ କୁମାର ସୂଚନା ଦେଇଛନ୍ତି ।
ଗତକାଲି ସମ୍ବଲପୁର ସଦର ଡିଭିଜନରେ ୧୧୫ ସ୍ଥାନରେ ନିଆଁ ଲାଗିଥିବା ବେଳେ ଆଜି ୫୭ ଟି ସ୍ଥାନରେ ନିଆଁ ଲାଗିଛି ଜ୍ଝ ଯାହାକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରହିଛି ।ଜଙ୍ଗଲରେ ନିଆଁ ଲାଗିଥିବାରୁ ଆଖପାଖ ଗାଁ ଲୋକମାନେ ଭୟଭୀତ ହୋଇପଡିଛନ୍ତି ।