ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଗକୁ ଆସୁଛି ରଜ ଉତ୍ସବ । ତେଣୁ ଲୋକ ମାନେ କିଣାକିଣି କରିବାରେ ବ୍ୟସ୍ତ ରହିଛନ୍ତି । ତେବେ ରାତ୍ର କର୍ଫ୍ୟୁ ଜାରି ଥିବା ବେଳେ ଲୋକ ମାନେ କିଣାକିଣି କରିବା ପାଇଁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।
ତେଣୁ ଏହାକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତା କାଲି ରାତ୍ର କର୍ଫ୍ୟୁକୁ କୋହଲ କରିଛନ୍ତି । ତେବେ ଗତକାଲି ସନ୍ଧ୍ୟା ୭ ଟା ବଦଳରେ ରାତି ୧୦ଟାରୁ କର୍ଫ୍ୟୁ ଜାରି ହେବ । କେବଳ ଆସନ୍ତା କାଲି ପାଇଁ ଏହା ଲାଗୁ ହେବ । ଏନେଇ ରଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି ।