ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):କରୋନା ଭାଇାରସ କାରଣରୁ ଚଳିତବର୍ଷ ଦିଲ୍ଲୀରେ ନାଇଟ କର୍ଫ୍ୟୁ ଜାରି କରିଛନ୍ତି ଦିଲ୍ଲୀ ସରକାର । ସାରା ଦେଶରେ କରୋନା ସଂକ୍ରମଣର ଭୟ ସଂମ୍ପୂର୍ଣ୍ଣ ମାତ୍ରାରେ କମିନାହିଁ । ନୂଆବର୍ଷରେ କରୋନା ସଂକ୍ରମଣର ଭୟ ଆହୁରି ବଢିବ ବୋଲି ଅନୁମାନ କରାଯାଉଛି ।
ଦେଶରେ କରୋନା ସଂକ୍ରମଣର ନୂଆ ଷ୍ଟେନ ଆରମ୍ଭ ହୋଇଯାଇଛି । ଏନେଇ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରିବା ପାଇଁ ଦିଲ୍ଲୀରେ ୧୪୪ ଧାରା ଜାରି କରାଯାଇଛି । ସାର୍ବଜନୀନ ସ୍ଥାନରେ ୫ ହଜାରରୁ ଅଧିକ ଲୋକ ଏକତ୍ରିତ ହୋଇପାରିବେ ନାହିଁ ।୩୧ ଡିସେମ୍ବର ରାତି ୧୧ ଟାରୁ ୧ ଜାନୁଆରୀ ସକାଳ ୬ ଟା ପର୍ଯ୍ୟନ୍ତ ଦିଲ୍ଲୀରେ ରାତ୍ରିକାଳୀନ କର୍ଫ୍ୟୁ ଜାରି କରାଯାଇଛି ।
ମୁମ୍ବାଇ ରେ ମଧ୍ୟ ଆଜି ରାତି ୧୧ ଟାପରେ କୈାଣସି ଜନସମାଗମ, ସମାବେଶ ଓ ପାର୍ଟି ଉପରେ କଟକଣା ଲଗାଯାଇଛି । କଟକଣା ଠିକ ଭାବେ ପାଳନ ହେଇଛି କି ନାହିଁ ଏହା ଉପରେ କଡାନଜର ରଖିବା ପାଇଁ ମ୍ୟୁନିସିପାଲଟି ଏରିଆରେ ବ୍ୟାପକ ଫୋର୍ସ ମୁତୟନ କରାଯିବ ।ଏହା ସହ ଡ୍ରୋନ ସାହାର୍ଯ୍ୟରେ ମଧ୍ୟ ନଜର ରଖାଯିବ ।