ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ସାରା ଦେଶରେ କାୟା ବିସ୍ତାର କରିଛି କରୋନା ସଂକ୍ରମଣ । ଭୟଙ୍କର ହେଉଛି କରୋନାର ତୃତୀୟ ଲହରୀ । ରାଜଧାନୀ ଦିଲ୍ଲୀରେ ବେକାବୁ ହୋଇପଡିଛି କରୋନା । ଦେଶରେ ୫ ଟି ରାଜ୍ୟରେ ସଂକ୍ରମଣ ତୀବ୍ର ହୋଇଥିବାବେଳେ ସେଥିମଧ୍ୟରୁ ରାଜଧାନୀ ଦିଲ୍ଲୀର ସ୍ଥିତି ଅସମ୍ଭାଳ ହୋଇପଡିଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ ବଡ ନିଷ୍ପତ୍ତି ଘୋଷଣା କରିଛନ୍ତି ।
ଆକ୍ରାନ୍ତଙ୍କ ତାଲିକାରେ ମହାରାଷ୍ଟ୍ର ସବୁଠାରୁ ଆଗରେ ରହିଛି । ଅନ୍ୟପଟେ ଦିଲ୍ଲୀରେ ବଢୁଥିବା କରୋନା ସଂକ୍ରମଣକୁ ନଜରରେ ରଖି ଦିଲ୍ଲୀରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ଏପ୍ରିଲ ୩୦ ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଯାଇଥିବାବେଳେ ରାତି ୧୦ଟାରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି ଏବେ ଦିଲ୍ଲୀରେ କରୋନାର ଚତୁର୍ଥ ଲହର ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଥିବା ନେଇ ଦିଲ୍ଲୀ ସରକାର କହିଛନ୍ତି।
ଦିଲ୍ଲୀରେ ଦୁଇ ଦିନ ଧରି କରୋନା ପଜିଟିଭଙ୍କ ସଂଖ୍ୟା ୩୫୦୦ ଉପରେ ରହୁଥିବାରୁ ଦିଲ୍ଲୀ ସରକାର ଏଭଳି ପଦକ୍ଷେପ ନେଇଛନ୍ତି | ତେବେ ରାତ୍ରିକାଳୀନ କର୍ଫ୍ୟୁରୁ ଅତ୍ୟାବଶ୍ୟକ ସେବାରୁ ବାଦ ଦିଆଯାଇଛି |