ଜଗତସିଂହପୁର ( ଏଟିଆର ବ୍ୟୁରୋ): ନର୍ସ ନିହାରିକା ମର୍ଡର କେସରେ ଏବେ ଆସିଛି ଗୋଟେ ନୂଆ ଟ୍ୱିଷ୍ଟ । ଆସନ୍ତା ଡିସେମ୍ଭର ମାସରେ ନିହାରିକା ଓ ପୁରୁଷ ବନ୍ଧୁ କିଶୋର ଚନ୍ଦ୍ରଙ୍କ ହୋଇଥାନ୍ତା ବିବାହ । ଏନେଇ ସୂଚନା ଦେଇଛନ୍ତି ପ୍ରେମିକ କିଶୋରଙ୍କ ମା । ସେ କହିଛନ୍ତି କିଶୋର ନିହାରିକାକୁ ବିବାହ କରିବା ପାଇଁ ସେ ସ୍ଥିର କରିଥିଲେ । ଏଥିପାଇଁ ଘର କାମ ମଧ୍ୟ ଚାଲିଥିଲା । ସେ କେବେ ହେଲେ ନିହାରିକାକୁ ମାରିପାରିବ ନାହିଁ । ଏକ ଇଣ୍ଟରଭ୍ୟୁ ପାଇଁ କିଶୋର ବଲାଙ୍ଗୀର ଯାଇଥିବା ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ତେବେ ଏହି ମର୍ଡର କେସରେ ଏକାଧିକ ବ୍ୟକ୍ତିଙ୍କ ସଂମ୍ପର୍କ ରହିଥିବା ପୋଲିସ ସନ୍ଦେହ କରୁଛି । ଆଜି କଟକରେ ନିହାରିକାର ଶବ ବ୍ୟବଚ୍ଛେଦ ହୋଇଛି । ଅନ୍ୟପଟେ ନିହାରିକା କାମ କରୁଥିବା ହସପିଟାଲ ପକ୍ଷରୁ ଜାରି କରାଯାଇଥିବା ସିସିଟିଭି ଫୁଟେଜରେ ନିହାରିକା କିଶୋର ସହିତ ଯାଇଥିବା ରେକର୍ଡ ହୋଇଛି । ସୂଚନାଯୋଗ୍ୟ ଗତକାଲି ନର୍ସ ନିହାରିକାଙ୍କ ଗଳିତ ଶବ ଉଦ୍ଧାର ହୋଇଥିଲା ବିରିଡି ଥାନା ବିଲୁଆଖାଇ ନଦୀ ପଠାରୁ ଉଦ୍ଧାର ହୋଇଥିଲା ।
ଗତ ୮ ତାରିଖ ଠାରୁ ନିହାରିକା ନିଜ ପୁରୁଷ ବନ୍ଧୁଙ୍କ ସହିତ ଯିବା ପରଠାରୁ ଆଉ ଘରକୁ ଫେରି ନଥିଲେ । ପରେ ନିହାରିକା ନିଖୋଜ ହୋଇଯାଇଥିଲେ । ଏନେଇ ଗତ ୯ ତାରିଖରେ ନିହାରିକାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା । ପରେ ଗତକାଲି ଜଗତସିଂହପୁର ବିଲୁଆ ଖାଇ ନଦୀ ପଠାରୁ ନିହାରିକାଙ୍କ ଶବ ମିଳିଥିଲା ।