ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜିଠାରୁ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପ୍ରି-ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ । ଏହି ପରୀକ୍ଷା ଆଜିଠୁ ଆରମ୍ଭ ହୋଇ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରହିବ । ପ୍ରତିଦିନ ଦୁଇଟି ସିଟିଂ ଲେଖାଏଁ ପରୀକ୍ଷା କରାଯିବ ।
ଆସନ୍ତା ୮ତାରିଖରେ ଓଷ୍ଟା ୱେସାଇଟ କ୍ଟଗ୍ଦଗ୍ଦଗ୍ଧବ.ସଦ୍ଭହେବ । ପ୍ରଥମ ସିଟିଂ ପରୀକ୍ଷା ୭ ଟା ୩୦ ରୁ ୯ ଟା ୩୦ ହେବାକୁ ଥିବାବେଳେ ଦ୍ୱିତୀୟ ସିଟିଂସକାଳ ୧୦ଟାରୁ ୧୨ ଟା ପର୍ଯ୍ୟନ୍ତ ଚାଲିବ । ସମଗ୍ର ରାଜ୍ୟରେ ପରୀକ୍ଷା ରେଜଲ୍ଟ ପ୍ରକାଶିତ ହେବ ବୋଲି ସମ୍ପାଦକ ସୂଚନା ଦେଇଛନ୍ତି ।
ପ୍ରଥମ ଦିନ ଓଡିଆ ଓ ସାମାଜିକ ବିଜ୍ଞାନ ପରୀକ୍ଷା ହେବାକୁ ଥିବାବେଳେ ଦ୍ୱିତୀୟ ଦିବସରେ ଇଂରାଜୀ ଓ ସାମାଜିକ ବିଜ୍ଞାନ,ତୃତୀୟ ଦିବସରେ ଗଣିତ ଓ ତୃତୀୟ ଦିନରେ ଗଣିତ ଓ ତୃତୀୟ ଭାଷା ପରୀକ୍ଷା ହେବ । ଏହି ପରୀକ୍ଷାରେ ପାଖାପାଖି ୬ ହଜାର ସରକାର ଓ ବେସରକାରୀ ବିଦ୍ୟାଳୟ ଅଂଶଗ୍ରହଣ କରିଛନ୍ତି । କରୋନା କଟକଣାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।