ଭୁବନେଶ୍ୱର( ଏଟିଆର ବ୍ୟୁରୋ): ପ୍ରାର୍ଥୀ ଚୟନକୁ ନେଇ କିଛିଦିନ ହେଲା କଂଗ୍ରେସରେ ଚାଲିଥିବା ଆରୋପ ପ୍ରତ୍ୟାରୋପରେ ଆଜି ପୂର୍ଣ୍ଣଛେଦ ପକାଇଛନ୍ତି ନିରଞ୍ଜନ ପଟ୍ଟନାୟକ । ପାଇଁ ମୁହଁ ଖୋଲିଛନ୍ତି ପିସିସି ସଭାପତି । ସେ କହିଛନ୍ତି ପ୍ରାର୍ଥୀ ଚୟନ ଏକ ସମୁହ ବ୍ୟାପାର । ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ଅସନ୍ତୋଷ ଦେଖାଦେଇଛି । ଦଳ ୮୩ ନୂଆ ମୁହଁକୁ ଟିକେଟ ଦେଇଛି । ସେ ଆହୁରି ମଧ୍ୟ କହିଛନ୍ତି ଜଣେ ହେଲେ ପ୍ରାର୍ଥୀ ତାଙ୍କ ଇଚ୍ଛାରେ ଦିଆ ଯାଇନାହିଁ । ମୁଁ ଧର୍ମ ସଙ୍କଟରେ ପଡିଛି । ବର୍ତ୍ତମାନ ମୋ ଉପରେ ସମସ୍ତଙ୍କ ରାଗ ।
ସେହିଭଳି ଧର୍ମଶାଳାରେ ସ୍ମୃତିରେଖା ପାହିଙ୍କ ଟିକେଟ ବାବଦରେ କହିଛନ୍ତି । ସ୍ମୃତିରେଖାଙ୍କ ପ୍ରାର୍ଥୀ ପତ୍ର କାଏମ ରହିଛି । ସେଠାରେ କିଷାନ ପଣ୍ଡାଙ୍କ ନାମ ଘୋଷଣା କରାଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ଟିକେଟ ମିଳିନଥିଲା । ଟିକେଟ ନ ମଳିବାରୁ କିଷାନ ସ୍ୱାଧୀନ ଭାବେ ନାମାଙ୍କନ ଭରିଥିଲେ । ବର୍ତ୍ତମାନ କିଷାନଙ୍କୁ ବୁଝାଇ ଦିଆଯାଇଛି ବୋଲି ସେ କହିଛନ୍ତି । ସୁଚନା ଅନୁସାରେ ସ୍ମୃତିରେଖାଙ୍କ ପ୍ରାର୍ଥୀତ୍ୱକୁ ନେଇ କିଷାନଙ୍କ ସମର୍ଥକ ବିରୋଧ କରିଥିଲେ । ଗତ ୭ ତାରିଖରେ ୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା କଂଗ୍ରେସ । ଯାଜପୁର ଧର୍ମଶାଳାରୁ ସ୍ମୃତିରେଖା ପାହିଙ୍କ ସ୍ଥାନରେ କିଷାନ ପଣ୍ଡାଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା ଦଳ । ଏବେ ସେଠାରେ ସ୍ମୃତିରେଖାଙ୍କ ଟିକେଟ ବଳବତ୍ତର ରହିଲା ବୋଲି ଘୋଷଣା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।