ଭୁବନେଶ୍ୱର(ଏଟିଆର ବ୍ୟୁରୋ):ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ନିଶା ରାୟ । ନିଶା ହେଉଛନ୍ତି ପାକିସ୍ତାନର ପ୍ରଥମ କିନ୍ନର ଯିଏ କି ଓକିଲ ହୋଇଛନ୍ତି । ଦିନ ଥିଲା ସେ କେବେ ରାସ୍ତାରେ ଭିକ ମାଗୁୂଥିଲେ । ବର୍ତ୍ତମାନ ସେ ହେଉଛନ୍ତି ଏବେ ସମାଜର ଜଣେ ପ୍ରତିଷ୍ଠିତ ଓକିଲ ।
ନିଶା ଏବେ ସାରା ବିଶ୍ୱର କିନ୍ନର ମାନଙ୍କ ପ।ଇଁ ଏକ ପ୍ରେରଣା ସାଜିଛନ୍ତି । କରାଚି ବାର ଆସୋସିଏଶନରୁ ସେ ଲାଇସେନ୍ସ ପ୍ରାପ୍ତ କରିଥିବା ବେଳେ ସେ ଏତେ ପର୍ଯ୍ୟନ୍ତ ୫୦ ଟା କେସ ଲଢିସାରିଲେଣି ।ରାସ୍ତାକଡ଼ରୁ କୋର୍ଟ ପର୍ଯ୍ୟନ୍ତର ସଂଘର୍ଷର ଯାତ୍ରା ନିଶା ନିଜେ ତିଆରି କରିଛନ୍ତି ।
ନିଶା ଲାହୋରରେ ଜନ୍ମଗ୍ରହଣ କରିଥିଲେ । ୧୮ ବର୍ଷ ବୟସରଙ୍କ ନିଶାଙ୍କୁ ଘର ଛାଡ଼ିବାକୁ ପଡ଼ିଥିଲା ଓ ପରେ ସେ କରାଚିରେ ଆସି ପହଞ୍ଚିଥିଲେ । ଅନ୍ୟମାନଙ୍କ ପରି ସେ ମଧ୍ୟ ରାସ୍ତା କଡ଼ରେ ଭିକ ମାଗି ଜୀବନ ବିତାଉଥିଲେ । କିନ୍ତୁ ଜୀବନରେ କିଛି କରିବାର ଇଛା ଶକ୍ତି ତାଙ୍କୁ ଲ କଲେଜରେ ଆଡ଼ମିଶନ କରିବାରେ ସାହାଯ୍ୟ କରିଥିଲା
ବର୍ତ୍ତମାନ ନିଶା ଏକ ବେସରକାରୀ ସଂଗଠନ ସହିତ ଜଡ଼ିତ ଅଛନ୍ତ । ଯିଏ କି ସମାଜରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଭାବେ ଗଢିବାକୁ ଉଦ୍ୟମ କରିଛନ୍ତି ।