ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମୋଦି ସରାକର ପାର୍ଟ ୨ ଗଠନ ହେବା ପରେ ଶନିବାର ନୀତି ଆୟୋଗର ପ୍ରଥମ ବୈଠକ ଆୟୋଜିତ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହେଉଥିବା ଏହି ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପ-ରାଜ୍ୟପାଳ ସାମିଲ ହେବେ । ମାତ୍ର ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଏବଂ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଯୋଗ ଦେବେନି ବୋଲି ଜାଣିବାକୁ ମିଳିଛି ।
ଲୋକସଭା ନିର୍ବାଚନ ପରେ ବିଜେପି ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ ଖିଟ୍ ପିଟ୍ ଲାଗି ରହିବା ଯୋଗୁଁ ମମତା ଏହି ବୈଠକରେ ସାମିଲ ହେବେ ନାହିଁ ବୋଲି ଅନୁମାନ କରାଯାଉଛି । ସେ ଏନେଇ ଜୁନ୍ ୭ ରେ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ମଧ୍ୟ ଲେଖିଥିଲେ । ମମତା ନୀତି ଆୟୋଗର ପକ୍ଷଭୂତ ନୁହଁନ୍ତି ତାଙ୍କ ଅନୁଯାୟୀ ଯୋଜନା ଆୟୋଗ ଏହାଠାରୁ ବହୁତ ଭଲ କାର୍ଯ୍ୟ କରୁଥିଲା ।
ମମତା ଚିଠିରେ ଲେଖିଥିଲେ କି ନୀତି ଆୟୋଗ ପାଖରେ କୌଣସି ଆର୍ଥିକ ଶକ୍ତି ନାହିଁ ଏବଂ ରାଜ୍ୟର ଯୋଜନାକୁ ସମର୍ଥନ କରିବାରେ ଶକ୍ତି ନାହିଁ । ସେଥିପାଇଁ ଏହି ବୈଠକରେ ସାମିଲ ହେବା ମୋ ପାଇଁ କୌଣସି ଲାଭ ନାହିଁ । ଏହାବ୍ୟତିତ ଗତ କାର୍ଯ୍ୟକାଳରେ ଭି ମମତା ନୀତି ଆୟୋଗ ବୈଠକରେ ସାମିଲ ହୋଇନଥିଲେ ।
ସେହିପରି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ସ୍ପଷ୍ଟ କରିଦେଇଛନ୍ତି କି ସେ ରାଜ୍ୟକୁ ବିଶେଷ ରାଜ୍ୟର ମାନ୍ୟତା ଦେବା ପାଇଁ ଦାବି କରିବେ । ଏହି ବିଷୟ ଉପରେ ସେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହିତ ମଧ୍ୟ ସାକ୍ଷାତ କରିଥିଲେ ।
କେନ୍ଦ୍ରସରକାର ଏବଂ ନୀତି ଆୟୋଗ ବୈଠକରେ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନିଜ ନିଜ ରାଜ୍ୟର ଆବଶ୍ୟକତା ଏବଂ ଅନୁରୂପ ବିଷୟରେ ଦାବି କରିବେ ବୋଲି କୁହାଯାଉଛି । ଏହାର ରଣନୀତି କରିବା ପାଇଁ ଶୁକ୍ରବାର ସନ୍ଧ୍ୟାରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଳନାଥ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କୁ ରାତ୍ରିଭୋଜନରେ ଡକାଇଥିଲେ ।
ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକର ଏଜେଣ୍ଡା ପ୍ରସ୍ତୁତ ହୋଇସାରିଛି । ଏହି ବୈଠକରେ ଜଳ ପ୍ରବନ୍ଧନ, କୃଷି, ନକ୍ସଲବାଦ ଏବଂ ସୁରକ୍ଷା ବିଷୟ ଉପରେ ରାଜ୍ୟରେ ବିଚାର ବିମର୍ଷ କରାଯିବ