କନ୍ଧମାଳ: (ଏଟିଆରବ୍ୟୁରୋ): :କନ୍ଧମାଳ ଜ଼ିଲ୍ଲା ଘୁ. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶୁକ୍ରବାର ଦିନ ଏକ ଦୁଃଖଦ ଘଟଣା ଘଟିଛି. ମେଡିକାଲରେ ଜଣେ ମହିଳା ରୋଗୀଙ୍କ ମୃତ୍ୟୁ ପରେ ସ୍ୱାସ୍ଥ୍ୟକେନ୍ଦ୍ର କରତୃ ପକ୍ଷ ଆମ୍ବୁଲାନ୍ସ କିମ୍ବା ମହା ପ୍ରଣୟ ଗାଡି ନ ଦେବାରୁ ପରିବାର ଲୋକ ବାଇକ ଯୋଗେ ମୃତଦେହ ନେଉ ଥିବାର ଦେଖା ଦେଇଛି.
ପ୍ରାପ୍ତ ସୂଚନା ଅନୁସାରେ କଟିଙ୍ଗିଆ ଗ୍ରାମର ସେପତି ପ୍ରଧାନ (65) ମହିଳା ଦେହ ଖରାପ ହେବାରୁ ପରିବାର ଲୋକ ଚିକିତ୍ସା ପାଇଁ ଶୁକ୍ରବାର ସକାଳ 8 ଘଣ୍ଟା ସମୟରେ ଘୁ ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲେ. ହେଲେ କିଛି ଘଣ୍ଟା ଅର୍ଥାତ 9.55 ମିନିଟରେ ବୃଦ୍ଧାଙ୍କ ମୃତ୍ୟୁ ଘଟି ଥିଲା. ପରିବାର ଲୋକ ମୃତ ଦେହକୁ ଅନ୍ତିମ ସଂସ୍କାର କରିବା ପାଇଁ ଘରକୁ ନେବା ନିମନ୍ତେ ମେଡିକାଲ କର୍ମଚାରୀଙ୍କୁ ଆମ୍ବୁଲାନ୍ସ ଏବଂ ମହା ପ୍ରଣୟ ଗାଡି ମାଗି ଥିଲେ. ହେଲେ ମେଡିକାଲ କର୍ମଚାରୀ ଶବ ବହିବା ପାଇଁ ଗାଡି ନ ଦେବାରୁ ପରିବାର ଲୋକ ଏକ ବାଇକ ଯୋଗେ ମୃତ ଦେହ ଘରକୁ ନେଉ ଥିବା କହି ଛନ୍ତି.
ଘଟଣା ପ୍ରଚାର ହେବା ପରେ ମେଡିକାଲରେ ଉତେଜନା ଦେଖା ଦେଇ ଥିଲା. ଅଞ୍ଚଳ ବାସୀଙ୍କ ହସ୍ତଖେପ ପରେ ଶବ ବୁହା ଗାଡି ମେଡିକାଲ କତୃପକ୍ଷ ଦେଇ ଥିଲେ. ମେଡିକାଲରେ ସାଧାରଣ ଜନତାଙ୍କ ସୁବିଧା ପାଇଁ ଶବ ବୁହା,ଆମ୍ବୁଲାନ୍ସ ଗାଡି ମାଳ ମାଳ ଅଛି. ହେଲେ ମୃତ ଗରିବ ଆଦିବାସୀ ମହିଳାଙ୍କ ଶବ ନେବା ପାଇଁ ଗାଡି ନ ଦେବା ମେଡିକାଲ କର୍ମଚାରୀ ଏବଂ ପ୍ରଶାସନର ଆଦିବାସୀଙ୍କ ଯୋଜନା ମାରୋନା ନୀତି ଜଳ ଜଳ ହୋଇ ଦେଖା ଯାଉଛି ବୋଲି ଅଞ୍ଚଳ ବାସୀ ଅଭିଯୋଗ କରି ଛନ୍ତି. ଘଟଣା ସମ୍ପର୍କରେ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରିଟେଣ୍ଡେ ପ୍ରତିକ୍ରିୟା ଦେବାକୁ ମନା କରି ଦେଇ ଥିଲେ.
ବହୁ ଦିନ ହେବ ଘୁ. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ଅଭାବ ସମସ୍ୟା ଲାଗି ରହିଛି. ଏହା ସହ କାର୍ଯ୍ୟରତ କର୍ମଚାରୀଙ୍କ ଅବହେଳା ଏବଂ ମନମାନି ଯୋଗୁଁ ରୋଗୀଙ୍କ ମୃତ୍ୟୁ ଘଟୁଥିବା ନେଇ ବାରମ୍ବାର ବାରମ୍ବାର ଅଭିଯୋଗ ହୋଇ ଆସୁଛି. ହେଲେ ପ୍ରଶାସନ ଅଞ୍ଚଳର ଆଦିବାସୀ ଦଳିତ ଲୋକଙ୍କ ସ୍ୱାର୍ଥ ପ୍ରତି ସଚେତନତା ନ ଥିବା ସାଧାରଣରେ ମତ ପ୍ରକାଶ ପାଇଛି. ଯାହାକୁ ବିଭିନ୍ନ ମହଲରେ ନିନ୍ଦା କୋରା ଯାଇଛି.