ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଏଣିକି ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ପକ୍କା ଘରେ ଲାଗିପାରିବ ନାହିଁ ବିଜୁ ପକ୍କାଘର ଲୋଗୋ । ଏନେଇ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି ।
ଗ୍ରାମୀଣ ବିକାଶ ବିଭାଗର ପ୍ରମୁଖ ସଚିବ ଓଡ଼ିଶା ସରକାରଙ୍କୁ ଚିଠି ଲେଖି ବିଜୁ ପକ୍କା ଘର ଲୋଗୋ ଅନୁମୋଦିତ ନୁହେଁ ଏବଂ ଏହାକୁ ରାଜ୍ୟ ସରକାର ବ୍ୟବହାର କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।ଚିଠିରେ ଉଲ୍ଲେଖ କରାଯାଇଛି ବିଜୁ ପକ୍କାଘର ଲୋଗୋ ଅନୁମୋଦନ ନୁହେଁ । ଅର୍ଥାତ ବିଜୁ ପକ୍କାଘର ଷ୍ଟିକରକୁ ରାଜ୍ୟ ସରକାର ବ୍ୟବହାର କରିପାରିବେ ନାହିଁ ।
ସେହିପରି ପୂର୍ବରୁ ବିଜୁ ପକ୍କାଘର ଷ୍ଟିକରକୁ ବିରୋଧ କରିଥିଲେ ବିଜେପି । ଆଉ ଏହାକୁ ବିରୋଧ କରି ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ମଧ୍ୟ ବିଜେପି ପକ୍ଷରୁ ଦିଆଯାଇଥିଲା ଜ୍ଝ ଏହା ପରେ ବିଜେପି ପ୍ରତିନିଧିମଣ୍ଡଳୀ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଭେଟି ବ୍ୟକ୍ତିଗତ ହସ୍ତକ୍ଷେପ ପାଇଁ ଅନୁରୋଧ କରିଥିଲା ଜ୍ଝ ଆଉ ଏହା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି ।