ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):୨୦୨୧-୨୨ ପାଇଁ ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ ଘୋଷଣା କରିଛନ୍ତି । ବାୟୁ ପରିବେଶଣକୁ ଦୃଷ୍ଟିରେ
ରଖି ଏହି ପଲିସିରେ ୨୦ ବର୍ଷରୁ ପୁରୁଣା ବ୍ୟକ୍ତିଗତ ଓ ୧୫ ବର୍ଷରୁ ଅଧିକ ପୁରୁଣା ବ୍ୟକ୍ତିଗତ ଯାନକୁ ବଦଳାଇଯାଇ ପାରିବ । ପରିବେଶ ପ୍ରଦୂଷଣ ହ୍ରାସ ପାଇବା ସହ ଦେଶର ତୈଳ ଆମଦାନୀ ହ୍ରାସ ପାଇବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
ଘରୋଇ ଗାଡି ଗୁଡିକ ୨୦ ବର୍ଷରୁ ଅଧିକ ଦିନ ପର୍ଯ୍ୟନ୍ତ ରାସ୍ତାରେ ଗଡି ପାରିବ ନାହିଁ ବୋଲି କୁହାଯାଇଛି । ଏହି ନୀତି ଅନୁସାରେ ଗାଡି କେତେ ଦିନ ପର୍ଯ୍ୟନ୍ତ ରାସ୍ତାରେ ଗଡିବ , ତାହା ଏହାର ଫିଟନେସ ଉପରେ ନିର୍ଭର କରେ । କେନ୍ଦ୍ର ଓ ରାଜ୍ୟ ସରକାର ଓ ପବ୍ଲିକ ସେକ୍ଟର କମ୍ପାନୀରେ ବ୍ୟବହୃତ ୧୫ ବର୍ଷର ଗାଡିକୁ ହଟାଇବାକୁ ହେବ । ଏହି ନୀତିକୁ ଏପ୍ରିଲ ୨୦୨୨ରୁ ପାଳନ କରାଯିବ ।
ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ହେଉଛି ଯାନବାହନରୁ ବାହାରୁ ଥିବା ନିର୍ଗତ ଧୂଆଁ । ଏହି ପୁରୁଣା ଗାଡିକୁ ହଟାଇଲେ ବାୟୁ ପ୍ରଦୂଷଣର ମାତ୍ରା ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି । ଏହି ଯୋଜନା କରିବା ଦ୍ୱାରା ଗାଡିର ବିକ୍ରି ସଂଖ୍ୟା ବୃଦ୍ଧି ପାଇବ ବୋଲି ନିର୍ମଳା କହିଛନ୍ତି ।