ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏଣିକି ଭୁବନେଶ୍ୱର ଏକ ନଂ ହାଟ ସାମ୍ନାରେ ଗାଡି ରଖିଲେ ନାମ । ବାଇକ ପାର୍କିଂ କଲେ ଫସିବେ ଅଡୁଆରେ । ଏନେଇ କମିଶନରେଟ ପୋଲିସ ଡିସିପି ସାଗରିକା ନାଥ ସୂଚନା ଦେଇଛନ୍ତି ।
ବାଇକ ପାର୍କିଂ ନିମନ୍ତେ କ୍ୟାପିଟାଲ ହସ୍ପିଟାଲ ଥାନା ନିକଟରେ ଏକ ସ୍ୱତନ୍ତ୍ର ପାର୍କିଂ ସ୍ଥଳ ନିର୍ମାଣ କରାଯାଇଛି । ଏକ ନଂ ହାଟକୁ ଆସୁଥିବା ବ୍ୟକ୍ତି ସେମାନଙ୍କର ବାଇକ୍ କୁ କ୍ୟାପିଟାଲ ହସ୍ପିଟାଲ ଥାନା ନିକଟ ପାର୍କିଂରେ ପାର୍କ କରି ଆସିବେ । କେବଳ ସିଙ୍ଗଲ ଲେନ୍ ରେ ଚାରି ଚକିଆ ଯାନ ପାର୍କିଂ କରାଯିବ ।
ପ୍ରକୃତରେ ଏକ ନଂ ହାଟ ୟୁନିଟ୍ ୧ ଏବଂ ମାର୍କେଟ ବିଲ୍ଡିଂ ମାନେ ୟୁନିଟ୍ କୁ ଯିବାକୁ ହେଲେ ଲୋକେ ରାସ୍ତା କଡରେ ବାଇକ ପାର୍କିଂ କରି ରାସ୍ତା ପାର ହୋଇ ଯାଉଥିଲେ । ଯାହାଫଳରେ ପ୍ରତ୍ୟେକ ଦିନ ସେହି ରାସ୍ତା ଗହଳି ରହିବା ସହିତ ଅନେକ ଟ୍ରାଫିକ୍ ସମସ୍ୟା ମଧ୍ୟ ଉପୁଜିଥାଏ । ଏହି ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଏବେ ଏହି ବ୍ୟବସ୍ଥା କରାଯାଇଛି । ଏହାସହିତ ରାସ୍ତାକଡରେ ଥିବା ଉଠା ଦୋକାନୀ ମାନଙ୍କୁ ଉଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି ।