ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗତକାଲି ରାତି ୮ଟାରେ ଭୁବନେଶ୍ୱରରୁ ସଟ୍ ଡାଉନ୍ କୁ ଉଠାଇ ଦିଆଯାଇଛି । କିନ୍ତୁ ଲକ୍ ଡାଉନ୍ କୁ କଡା କଡି ଭାବେ ପାଳନ କରାଯାଉଛି । ଏହି ଲକ୍ ଡାଉନ୍ ଅବସରରେ ଯଦି କୌଣସି ବ୍ୟକ୍ତି ଜରୁରୀ ସାମଗ୍ରୀ କିଣିବାକୁ ଯଥା ଗ୍ରୋସରୀ , ପରିବା ଏବଂ ଔଷଧ ପାଇଁ ବାହାରକୁ ବାହାରୁଛନ୍ତି ତେବେ ସେମାନେ କୌଣସି ଗାଡି ନେଇ ବଜାରକୁ ଯାଇ ପାରିବେ ନାହିଁ । ଏହି ନିୟମ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଏହାସହିତ ଯଦି କୌଣସି ବ୍ୟକ୍ତି ସେମାନଙ୍କ ଗାଡି ପାସ୍ ଥାଉ କି ନଥାଉ ବଜାରରେ ଗାଡି ନେଇ ପହଁଚନ୍ତି ତେବେ ତାଙ୍କୁ ମଧ୍ୟ ଜବତ କରାଯିବ । କିଣାକିଣି କରିବା ପାଇଁ ପାଖ ଦୋକାନକୁ ଚାଲିକି ଯାଆନ୍ତୁ । ଏହାବତିତ କୌଣସୀ ଜରୁରୀ ସେବା ପାଇଁ ୧୦୦ କୁ ଫୋନ କରନ୍ତୁ ବୋଲି ପୋଲିସ କମିଶନର ସୁଧାଂଷୁ ଷଡଙ୍ଗୀ ଟ୍ୱିଟ୍ କରି କହିଛନ୍ତି ।
NO BIKE OR CAR USE FOR BUYING VEGETABLES , GROCERY, MEDICINE ETC. will be tolerated.
Any vehicle reaching any market with or without vehicle pass will be seized.
Please walk down to the nearby shop to make your purchases.
In emergency Dial 100.— Dr Sudhanshu Sarangi (@SarangiSudhansu) April 5, 2020
ଆଉ ଏକ ଟ୍ୱିଟ୍ ଜରିଆରେ ସେ କହିଛନ୍ତି କି, ଭୁବନେଶ୍ୱରରେ ଏଭଳି କିଛି ସ୍ଥାନ ଯେଉଁ ଚାଲିବା ବାଟ ଦୁରତାରେ ପରିବା ଦୋକାନ ନଥିବ । ଏହାସହିତ ଆପଣ ବିଏମସିର ମୋବାଇଲ ଭ୍ୟାନକୁ ଫୋନ୍ କରି ମଧ୍ୟ ମଗେଇ ପାରିବେ । ପାଖ ଆଖ ଦୋକାନରୁ କିଣା କିଣି କରିବା ଦ୍ୱାରା ହିଁ ବଡ ମାର୍କେଟରୁ ଭିଡ ହ୍ରାସ ହେବ ।
There is no place in Bhubaneswar where vegetables aren’t available at walking distance.
You also have the option of ordering them over phone by BMC Mobile Vans.
Only when we start buying from nearby shops that large/central markets will be decongested & retail decentralised.— Dr Sudhanshu Sarangi (@SarangiSudhansu) April 5, 2020