ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ୧୯୯୯ ମସିହା ଠାରୁ ପ୍ରତ୍ୟକ ବର୍ଷ ଅକ୍ଟୋବର ମାସ ଆସିଲେ ଓଡିଶାକୁ ଆସିଥାଏ ବାତ୍ୟାର ଭୟ । ଲାଗେ ସତେ ଯେମିତି ଓଡିଶା ପାଇଁ ଅଶୁଭ ଅକ୍ଟୋବର । ତେବେ ଚଳିତ ମାସରେ ଓଡିଶାକୁ ବାତ୍ୟାର ଆଶଙ୍କା ନାହିଁ ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ । ଶ୍ରୀ ପାଳକଙ୍କ ସୂଚନା ଅନୁସାରେ ଆରବ ସାଗରରେ ଲଘୁଚାପ ବଳୟ ସୃଷ୍ଟି ହୋଇଥିବାରୁ ଏମାସରେ ଆଉ ଓଡିଶାକୁ ବାତ୍ୟା ଆଶଙ୍କା ନାହିଁ ।
ଆରବ ସାଗରରେ ଲଘୁଚାପ ସୃଷ୍ଟି ହୋଇଥିବାରୁ ୨୧ ତାରିଖଠାରୁ ଓଡ଼ିଶାକୁ ଉତ୍ତର ପଶ୍ଚିମ ପବନ ବୋହିବ ତେଣୁ ଏହି ମାସରେ ଆଉ ଓଡିଶାକୁ ଆଉ କୌଣସି ବାତ୍ୟା ହେବ ନାହିଁ । ତେବେ ଆଶନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ହେବା ଅନୁମାନ କରାଯାଉଛି । ଅନ୍ୟପଟେ ଦେଶରୁ ଏବେ ମୌସୁମୀ ବାୟୁ ବିଦାୟ ନେଇଛି । ଦେଶରେ ୪ ମାସ ୬ ଦିନ ରହିବା ପରେ ମୌସୁମୀ ବାୟୁ ଭାରତ ଛାଡିଛି । ଚଳିତ ବର୍ଷ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି ।
କେତେକ ସ୍ଥାନରେ ନିଅଣ୍ଟିଆ ବର୍ଷା ହୋଇଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି । ଚଳିତ ବର୍ଷ ୧୧ ଦିନ ବିଳମ୍ବରେ ମୌସୁମୀ ବାୟୁ ପ୍ରଭାହିତ ହୋଇଥିଲେ ମଧ୍ୟ ପ୍ରଥମ ଗୋଟିଏ ମାସ ପର୍ୟ୍ୟନ୍ତ ରାଜ୍ୟରେ ନିଅଣ୍ଟିଆ ବର୍ଷା ହୋଇଥିଲା । ମାତ୍ର ପରେ ବର୍ଷା ସ୍ୱାଭାବିକ ହୋଇଥିଲା । ରାଜ୍ୟରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ଅଞ୍ଚଳିକ ପାଣିପାଗ ବିଭାଗ ପୂର୍ବରୁ ସୂଚନା ଦେଇଛି ।