ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସାରା ବିଶ୍ୱ ଏବେ ମହାମାରୀ କରୋନାର ମୁକାବିଲା କରିବାରେ ଲାଗିପଡିଛି । ମୋଟ ୧୬୭ ଦେଶକୁ ଏହି ଭାଇରସ ବ୍ୟାପି ସାରିଲାଣି । ଏହି ଭାରଇରସରେ ୭ ହଜାରରୁ ଅଧିକ ଲୋକ ମୃତ୍ୟୁ ବରଣ କରିସାରିଲେଣି । ଭାରତରେ ୧୪୦ରୁ ଉର୍ଦ୍ଧ ଲୋକ ଆକ୍ରାନ୍ତ ଥିବା ବେଲେ ୩ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଓଡିଶାରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।
As a precautionary measure, BMC urges public not to visit it's office. Citizens can reach out to us through online or call toll-free number 18003450061 for any grievances.
For #COVID19 related issues dial helpline no. 104#BeAware maintain #SocialDistancing to avoid #COVID19 pic.twitter.com/snfcV7sHkq
— BMC (@bmcbbsr) March 19, 2020
ରାଜ୍ୟ ସରକାରଙ୍କ ତରଫରୁ ଏହାର ମୁକାବିଲା କରିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେମାନ ଗ୍ରହଣ କରାଯାଉଛି । ବିଭିନ୍ନ ବିଭାଗ ପକ୍ଷରୁ ଗାଇଡ ଲାଇନ ମାନ ଲାଗୁ କରାଯାଉଛି । ତେବେ ବିଏମସି ପକ୍ଷରୁ ମଧ୍ୟ କିଛି ପଦକ୍ଷେପ ଗ୍ରହଣ କରାଯାଇଛି । ବିଡିଏ କାର୍ୟ୍ୟାଳୟକୁ ଲୋକଙ୍କ ପ୍ରବେଶ ନିଷେଧ ଥିବା ବିଏମ୍ସି ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଲୋକଙ୍କୁ କୌଣସି ସମସ୍ୟା ପାଇଁ ଅନ୍ଲାଇନ୍ରେ ନଚେତ ଟୋଲ୍-ଫ୍ରି ନଂ ୧୮୦୦-୩୪୫-୦୦୬୧ରେ କଲ୍ କରିବାକୁ କୁହାଯାଇଛି।