ପୁରୀ (ଏଟିଆର ବ୍ୟୁରୋ): ବାହାର ଜିଲ୍ଲାର ଲୋକଙ୍କ ପାଇଁ ଆଜିଠୁ ପୁରୀ ମନା । ଆଜିଠାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବାହାର ଜିଲ୍ଲାର ଲୋକଙ୍କ ପାଇଁ ପୁରୀର ପ୍ରବେଶ ନିଷେଧ । ବିନା କାରଣରେ କୌଣସି ବ୍ୟକ୍ତି ପୁରୀକୁ ଆସି ପାରିବେ ନାହିଁ । ଏନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ।
ଏନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ କହିଛନ୍ତି କି, କୌଣସି ଜରୁରୀ କାମ ନଥିଲେ ବାହାର ଜିଲ୍ଲାର ଲୋକେ ୩୧ ଜୁଲାଇ ଯାଏଁ ପୁରୀକୁ ଆସନ୍ତୁ ନାହିଁ । ପର୍ଯ୍ୟଟକ ଏବଂ ଅନ୍ୟ ସାଧାରଣ କାମରେ ଆସୁଥିବା ଲୋକଙ୍କ ପାଇଁ ଅନୁମତି ନାହିଁ । କେବଳ ଜରୁରୀ କାମ ପାଇଁ ଅନୁମତି ରହିଛି । ଯଦି କୌଣସି ଲୋକ ଜରୁରୀ କାମରେ ପୁରୀ ଆସୁଛନ୍ତୁ ତେବେ ପରିଚୟ ପତ୍ର ଆଣି ଆସନ୍ତୁ ।ସେଥିପାଇଁ ପୁରୀକୁ ସଂଯୋଗ କରୁଥିବା ୩ଟି ରାସ୍ତାକୁ ଘେରାବନ୍ଦୀ କରାଯାଇଛି । କରୋନାକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ।