ବ୍ରହ୍ମପୁର (ଏଟିଆର ବ୍ୟୁରୋ): ଆଜି ସକାଳୁ ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଇତିମଧ୍ୟରେ ମାସ୍କ କୁ ନେଇ ଗଞ୍ଜାମ ଜିଲ୍ଲାପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି । ନୋ ମାସ୍କ ନୋ ଗ୍ରୋସରୀ, ନୋ ମାସ୍କ ନୋ ଭେଜିଟେବୁଲ ଆଣ୍ଡ ଫ୍ରୁଟ୍ସ୍ । ମାସ୍କ ନାହିଁ ତ ଗୋସରୀ, ପନିପରିବା ଏବଂ ଫଳ ନାହିଁ । ଏହାସହିତ ସମସ୍ତେ ମାସ୍କ ପିନ୍ଧି ଜରୁରୀ ସାମଗ୍ରୀ କିଣିବାକୁ ଆସିବାକୁ ପ୍ରତ୍ୟେକ ଦୋକାନ ସାମ୍ନାରେ ପୋଷ୍ଟର ଲଗାଯାଇଛି । ସେହିପରି ଯଦି କୌଣସି ବ୍ୟକ୍ତି ମାସ୍କ ପିନ୍ଧି ନଆସୁଛନ୍ତି ତେବେ ତାଙ୍କୁ ଦୋକାନୀ ଜରୁରୀ ସାମଗ୍ରୀ ବିକ୍ରି କରି ପାରିବେ ନାହିଁ । ଏଭଳି କଡା ନିର୍ଦ୍ଦେଶ ଗଞ୍ଜାମ ଜିଲ୍ଲାପାଳଙ୍କ ପକ୍ଷରୁ ଦିଆଯାଇଛି ।
କରୋନାର ପ୍ରକୋପ ବୃଦ୍ଧିକୁ ଦୃଷ୍ଟିରେ ରଖି ଏବେ ମାସ୍କ ବାଧ୍ୟତାମୂଳକ ହୋଇଛି । ଯଦି ଆପଣ ଘରୁ ପାଦ କାଢୁଛନ୍ତି ତେବେ ମୁହଁକୁ ଘୋଡାଇ ଯାଆନ୍ତୁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।