କଟକ (ଏଟିଆର ବ୍ୟୁରୋ): କଟକ ମହାନଦୀ ପଠାରେ କରାଯାଇ ପାରିବ ନାହିଁ କୌଣସି ପ୍ରକାରର ସ୍ଥାୟୀ ନିର୍ମାଣ । ଏନେଇ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ଆଦେଶ ଦେଇଛନ୍ତି । ଅନ୍ୟାଦେଶ ନ ଆସିବା ଯାଏଁ ମହାନଦୀ ପଠାରେ ଏନଜିଟି ପକ୍ଷରୁ କୌଣସି ପ୍ରକାରର ନିର୍ମାଣ କାର୍ଯ୍ୟ ଉପରେ ରୋକ୍ ଲଗାଯାଇଛି ।
ପରିବେଶ ସୁରକ୍ଷା ଓ ମହାନଦୀ ପଠାର ସୁରକ୍ଷା ଉପରେ ଏନଜିଟି ଗୁରୁତ୍ୱାରୋପ କରିବା ସହିତ ୭ ଜଣିଆ ବିଶେଷଜ୍ଞ କମିଟି ଗଠନ ନିମନ୍ତେ ନିର୍ଦ୍ଦେଶ ଦେଇଛି । ଏହାସହିତ ଆସନ୍ତା ଏପ୍ରିଲ ୩୦ ସୁଦ୍ଧା ଏହି ୭ ଜଣିଆ ବିଶେଷଜ୍ଞ ଟିମ୍ ତାଙ୍କ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି ।