ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏବେ ରାଜ୍ୟରେ କରୋନା ମହାମାରୀ ଗମ୍ଭୀର ସ୍ଥିତିରେ ଥିବା ବେଳେ ଏହାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଉଛି । ତେବେ ଆଗକୁ ବିଭିନ୍ନ ପୂଜା ଆରମ୍ଭ ହେଉଥିବାରୁ ଏହାକୁ ନେଇ ଅନେକ ରାଜ୍ୟ ସରକାର ବିଭିନ୍ନ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଚଳିତବର୍ଷ ଟ୍ୱିନ ସିଟି କଟକ ଓ ଭୁବନେଶ୍ୱରରେ ଗଣେଶ ପୂଜାକୁ ବାରଣ କରାଯାଇଛି । ଆଜି କମିଶନରେଟ ପୋଲିସ ପକ୍ଷରୁ ଟ୍ୱିଟ କରି ଏନେଇ ସୂଚନା ପ୍ରଦାନ କରାଯାଇଛି ।
ନିର୍ଦ୍ଦେଶ କ୍ରମେ ଟ୍ୱିନସିଟିରେ ଗଣେଶ ପୂଜା ପାଳନ କରିବା ପାଇଁ କୌଣସି ପୂଜା ମଣ୍ଡପକୁ ଅନୁମତି ଦିଆଯିବନାହିଁ । କାରଣ ଧର୍ମୀୟ ସମାବେଶ ମନା ଥିବାରୁ କୌଣସି ମଣ୍ଡପକୁ ପୂଜା ନିମନ୍ତେ ଅନୁମୋତି ଦିଆଯିବ ନାହିଁ । କମିଶନରେ ସୂଚନା ଦେଇ ଆହୁରୀ ମଧ୍ୟ କହିଛନ୍ତି, ମୁମ୍ବାଇରେ ଗଣେଶ ପୂଜା ପ୍ରତିବର୍ଷ ବଡ ଧରଣର ହେଉଥିବା ସତ୍ୱେ ଏବର୍ଷ କରୋନା ପାଇଁ ସେଠାରେ ଗଣେଶ ପୂଜା ପାଳନ କରାଯାଉନାହିଁ । ତେବେ ଏହିଭଳି ସମୟରେ ଗଣେଶ ପୂଜା ବନ୍ଦ ରଖିବା ନେଇ କମିଶନରେଟ ପୋଲିସ ଅନୁରୋଧ କରିଛନ୍ତି । ଏହା ସହ ପୋଲିସ କୁ ସହଯୋଗ କରିବାକୁ ଟ୍ୱିନ ସିଟିର ଜନସାଡ଼ାରଣକୁ ଅନୁରୋଧ କରିଛନ୍ତି ।
କରୋନା ପାଇଁ ଟ୍ୱିନ ସିଟିରେ ଗଣେଶ ପୂଜା ଉପରେ ଲାଗିଲା ରୋକ
Tags #AtrNews #Odisha